କିଏ ହେବ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଦୌଡ଼ରେ ଭୂପେନ୍ଦ୍ର, ଶିବରାଜ ଓ ଦେବେନ୍ଦ୍ର – Kalinga News

[ad_1]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ୪ ଜଣଙ୍କ ନାମ ସାମ୍ନାକୁ ଆସିଛି । ଭୁପେନ୍ଦ୍ର ଯାଦବଙ୍କ ନାଁ ସବୁଠୁ ଆଗରେ ରହିଛି। ବିଜେପିର ନୂଆ ଅଧ୍ୟକ୍ଷ ପଦ ପାଇଁ ଶିବରାଜ ସିଂହ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଏବଂ ମନୋହର ଲାଲ ଖଟ୍ଟରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦୀ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସନ୍ଧ୍ୟା ୭ଟା ୧୫ରେ ଆରମ୍ଭ ହେବ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ । କିନ୍ତୁ ଶିବରାଜ, ଧର୍ମେନ୍ଦ୍ର ଓ ମନୋହରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଥିବାରୁ ଏହି ଦୌଡ଼ରେ ଭୂପେନ୍ଦ୍ର ଆଗୁଆ ଅଛନ୍ତି ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ତାଙ୍କ ସହ କ୍ୟାବିନେଟରେ ଯୋଗ ଦେଉଥିବା ଅନ୍ୟ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି । ଏଥିସହ ଅନେକ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀ, ଜେପି ନଡ୍ଡା, ଚିରାଗ ପାସୱାନ, ଜିତନ ରାମ ମାଝୀ, ଅନୁପ୍ରିୟା ପଟେଲ, ପ୍ରହଲ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ ଏବଂ ଶିବରାଜ ସିଂ ଚୌହାନ ପ୍ରମୁଖ ସାମିଲ ଅଛନ୍ତି ।
[ad_2]