ରାଜନୀତି

ୟୁପିରେ ସପା ସବୁଠାରୁ ବଡ଼ ଦଳ ହେବ: ଅଖିଳେଶ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ରାଜ୍ୟରେ ତାଙ୍କ ଦଳର ପୂର୍ବ ସ୍ଥିତିକୁ ଫେରାଇ ଆଣିବାପାଇଁ ଏବେ ଜୋରଦାର ପ୍ରଚାର କରୁଛନ୍ତି। ସମାଜବାଦୀ ପାର୍ଟି ରାଜ୍ୟରେ ଗତ ୨ଟି ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ହାରିଥିଲେ ମଧ୍ୟ ଅଖିଳେଶ ଚଳିତ ଥର ସପା ହିଁ ଉତ୍ତରପ୍ର‌ଦେଶରେ ସବୁଠାରୁ ବଡ଼ ଦଳ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଅଖିଳେଶ କହିଛନ୍ତି, ଉତ୍ତରପ୍ରଦେଶରେ ତାଙ୍କ ଦଳ ସବୁଠାରୁ ବଡ଼ ଦଳ ହେବ ଏବଂ ଇଣ୍ଡି ମେଣ୍ଟକୁ ସବୁଠାରୁ ଅଧିକ ଆସନ ମିଳିବ। ଅଖିଳେଶ କହିଛନ୍ତି, ଆରମ୍ଭରୁ ହିଁ ମୁଁ କହି ଆସୁଛି ଯେ ଆମେ ୭୯ ଆସନରେ ଜିତି ସାରିଛୁ ଏବଂ କେବଳ ଗୋଟିଏ ଆସନରେ ଲଢ଼େଇ ହେଉଛି। ଅଖିଳେଶ କହିଛନ୍ତି, ଏନ୍‌ଡିଏରେ ଏନ୍‌ ହେଉଛି ‘ନେଗେ‌ଟିଭିଟି’ (ନକରାତ୍ମକତା)। ଲୋକମାନଙ୍କର ଷଷ୍ଠ ଇନ୍ଦ୍ରୀୟ ଅଛି। ସେମାନେ ବି‌‌ଜେପିକୁ ଶାସନରୁ ହଟାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ବିଜେପି ସରକାର ଉପରେ ଲୋକଙ୍କର ଆସ୍ଥା ତୁଟିଯାଇଛି ବୋଲି ଅଖିଳେଶ କହିଛନ୍ତି। ବିଜେପି ପୂର୍ବ ଉତ୍ତରପ୍ରଦେଶରେ ସମସ୍ତ ୨୭ ଆସନରେ ନିର୍ବାଚନ ହାରିବ ବୋଲି ଅଖିଳେଶ ଦାବି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button