ରାଜନୀତି

କଡ଼ ଲେଉଟାଉଛି ବରୀ ରାଜନୀତି: ଦେବାଶିଷଙ୍କ ଉପସ୍ଥିତିରେ କମ୍ପନ – Kalinga News

[ad_1]

ଯାଜପୁର: ୨୦୧୯ ନିର୍ବାଚନ ପୂର୍ବରୁ ‘ଦଳଡିଆଁ’ ଯାଜପୁର ରାଜନୀତିକୁ ରୋଚକ ମୋଡ଼ ଦେଇଥିଲା। ଏଥର ତାହାର ପୁନରାବୃତ୍ତି ହେବାକୁ ଯାଉଛି। ବିଶେଷକରି ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ସର୍ବାଧିକ ଗୋଷ୍ଠୀ ବିବାଦ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେପିର ମୁଖ୍ୟ ସଙ୍ଗଠକ ଦେବେନ୍ଦ୍ର ଦାସ(ଦେବୁଲ)ଙ୍କ ପତ୍ନୀ ତଥା ତତ୍କାଳୀନ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ କରି ପ୍ରତିପକ୍ଷଙ୍କୁ ଝଟ୍‌କା ଦେଇଥିଲା। ପଞ୍ଚାୟତ ନିର୍ବାଚନ ବେଳକୁ ବିଜେପିକୁ ନେତୃତ୍ବ ଶୂନ୍ୟ କରିବାକୁ ଯାଇ ବିଜେଡି ସେବେ ବିଜେପିର ସ୍ଥାନୀୟ ଚେହେରା ବିଶ୍ବରଞ୍ଜନ ମଲ୍ଲିକଙ୍କୁ ଶଙ୍ଖ ଧରାଇଲା। ପରବର୍ତ୍ତୀ ସମୟରେ ଏହି ନେତାମାନେ ବିଜେଡି ବ୍ୟାନରରେ ସମାନ୍ତରାଳ ସଙ୍ଗଠନ କଲେ। ପରିଣାମ ହେଲା- ଶାସକ ଦଳରେ ଗୋଷ୍ଠୀ ବିବାଦ ମୁଣ୍ଡବିନ୍ଧାର କାରଣ ହୋଇଛି।

ଅନ୍ୟପକ୍ଷରେ ଗତ ୫ବର୍ଷ ଧରି ବରୀ ରାଜନୀତିରେ ସକ୍ରିୟ ନଥିବା ୪ ଥରର ବିଧାୟକ ଦେବାଶିଷ ନାୟକ ପୁଣି ଦେଖାଦେଲେଣି। ଉଭୟ ବିଜେଡି ଓ ବିଜେପି ଶିବିରରେ ଏହା କମ୍ପନ ସୃଷ୍ଟି କରିଛି। ଦେବାଶିଷ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏଥର ନିଶ୍ଚିତ ଭାବେ ପ୍ରାର୍ଥୀ ହେବେ। ଏଣୁ ଦେବାଶିଷ ଯଦି ବିଜେପି ପ୍ରାର୍ଥୀ ହୁଅନ୍ତି, ତେବେ ବରୀ ରାଜନୀତିରେ ଭିନ୍ନ ଦୃଶ୍ୟପଟ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି। ଏଠାରେ ସ୍ମରଣଥାଉକି, ବରୀରେ ବିଧାୟିକା ସୁନନ୍ଦା ଦାସ, ବିଜେଡି ରାଜ୍ୟ ସମ୍ପାଦକ ବିଶ୍ବରଞ୍ଜନ ମଲ୍ଲିକ, ସମିତି ସଭ୍ୟ ସଂଜୀବ କୁମାର ଜେନା ପ୍ରମୁଖ ନିଜ ନିଜର ସମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରିଚାଲିଛନ୍ତି। ଏହାସହ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଅଶୋକ କୁମାର ବେହେରା, ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖଙ୍କ ନାମ ମଧ୍ୟ ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଛି। ଏହି ଚିଠା ଯେତେ ଲମ୍ବୁଛି ଦଳୀୟ ନେତୃତ୍ବଙ୍କ ଚିନ୍ତା ସମପରିମାଣରେ ବଢ଼ୁଛି। ସାମାନ୍ୟ ତ୍ରୁଟି ହେଲେ ବରୀର ଖେଳ ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ାଯାଇନପାରେ। ଏସବୁ ଭିତରେ କଂଗ୍ରେସରୁ ବିଜେପିକୁ ଯାଇଥିବା ଉମେଶ ଜେନା ଦଳକୁ ସଂଗଠିତ କରିବା ସହ ବିଜେଡି ଗୋଷ୍ଠୀ ବିବାଦରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button