ରୋଚକ ହେବ ନଣନ୍ଦ-ଭାଉଜ ଲଢ଼େଇ – Kalinga News

[ad_1]
କଳାବାଡ଼ିଆ/କୁଳିଅଣା: ବାଙ୍ଗିରିପୋଷି ଆସନରେ ପୁଣି ଦୁଇ ସଂପର୍କୀୟ ପରିବାର ମଧ୍ୟରେ ଲଢ଼େଇ ହେବ। ୨୦୧୯ରେ ଏଠାରେ ଦାଦା-ପୁତୁରା ଲଢ଼େଇ ଦେଖିବାକୁ ମିଳିଥିଲା। ବିଜେପିରୁ ପ୍ରାର୍ଥୀ ହୋଇଥିବା ଦାଦା ସୁଗଦା ମୁର୍ମୁଙ୍କ ବିରୋଧରେ ବିଜେଡିର ପ୍ରାର୍ଥୀ ହୋଇଥିଲେ ପୁତୁରା ସୁଦାମ ମାରାଣ୍ଡି। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି ୬ ହଜାରରୁ ଅଧିକ ଭୋଟ୍ରେ ବାଜି ମାରି ନେଇଥିଲେ ସୁଦାମ। ଆଉ ଏଥର ସୁଗଦାଙ୍କ ଝିଅ ସଞ୍ଜଲି ମୁର୍ମୁ ଏବଂ ସୁଦାମଙ୍କ ପତ୍ନୀ ରଞ୍ଜିତାଙ୍କୁ ମଇଦାନରେ ଦେଖିବାକୁ ମିଳିବ। ସମ୍ପର୍କରେ ସଞ୍ଜଲିଙ୍କ ଭାଉଜ ହେବେ ରଞ୍ଜିତା। ନଣନ୍ଦ-ଭାଉଜ ଉଭୟ ରାଜନୀତିରେ ନୂଆ। ଉଚ୍ଚଶିକ୍ଷତା ଓ ଯୁବ ଆଦିବାସୀ ଚେହେରା ଭାବେ ସଞ୍ଜଲିଙ୍କୁ ବିଜେପି ଭରସା କରିଥିବା ବେଳେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ରଞ୍ଜିତା ସ୍ବାମୀଙ୍କ ଲୋକପ୍ରିୟତାକୁ ଭରସା କରିଛନ୍ତି। ଅନ୍ୟପଟେ ଉଭୟ ବିଜେଡି ଓ ବିଜେପି ପରିବାରବାଦ ରାଜନୀତି କରୁଥିବାରୁ ଏହାକୁ ନିର୍ବାଚନୀ ମୁଦ୍ଦା ବନାଯିବ ବୋଲି କହିଛି ଜେଏମ୍ଏମ୍ ଓ କଂଗ୍ରେସ।
[ad_2]