ସୋଫିଆ ରାଜ୍ୟର ପ୍ରଥମ ମୁସ୍ଲିମ୍ ବିଧାୟିକା – Kalinga News

[ad_1]
କଟକ: ରାଜ୍ୟ ରାଜନୀତିକୁ ସବୁବେଳେ ନୂଆ ଦିଶା ଦେଇଥାଏ କଟକ। ସେଥିରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି ବାରବାଟୀ-କଟକର ନବନିର୍ବାଚିତ ବିଧାୟିକା ଇଂ. ସୋଫିଆ ଫିରଦୋସ। ସୋଫିଆ ରାଜ୍ୟର ପ୍ରଥମ ମୁସଲିମ ବିଧାୟିକା ହେବାକୁ ଯାଉଛନ୍ତି। କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ମର୍ଯ୍ୟାଦାଜନକ ବାରବାଟୀ-କଟକ ଆସନରୁ ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କୁ ପରାଜିତ କରି ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୋଫିଆ। ମାତ୍ର ୩୨ବର୍ଷ ବୟସରେ ସେ ଜୀବନର ପ୍ରଥମ ନିର୍ବାଚନ ଲଢି ଏହି ସଫଳତା ପାଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮୦୦୧ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ପରାସ୍ତ କରିଛନ୍ତି। ଜଣେ ଯୁବ ଇଞ୍ଜିନିୟର ତଥା ଯୁବ ଉଦ୍ଦ୍ୟୋଗପତି ଭାବେ ସୋଫିଆ ବିଶେଷ ସଫଳତା ପାଇଥିବା ବେଳେ ବେଙ୍ଗାଲୁରୁ ଆଇଆଇଏମ୍ରୁ ସେ ମ୍ୟାନେଜମେଣ୍ଟରେ ସ୍ନାତକ ଉପାଧି ପାଇଛନ୍ତି। କୋଭିଡ୍ ସମୟରେ ମୋକିମ୍ ଫାଉଣ୍ଡେସନ୍ ବ୍ୟାନର୍ରେ ସେ ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ବେଶ୍ ପରିଚିତ ହୋଇଥିଲେ। ସେ ରିଏଲ୍ ଇଷ୍ଟେଟ୍ ଡେଭ୍ଲପର୍ସ, ଭୁବନେଶ୍ବର ଚାପ୍ଟର୍ର ସଭାପତି ରହିବା ସହ ଅନେକ ସଂଗଠନ ସହିତ ଜଡିତ ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୯୭୧ ମସିହା ଉପ-ନିର୍ବାଚନରେ ବର୍ତ୍ତମାନର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ (ପୂର୍ବରୁ କଟକ ସିଟି) ଆସନରୁ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭୈରବ ମହାନ୍ତି ନିଜ ଆସନ ଛାଡିବା ପରେ ସେଥିରୁ ଶ୍ରୀମତୀ ଶତପଥୀ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ବର୍ତ୍ତମାନର ନିର୍ବାଚିତ ବିଧାୟିକା ସୋଫିଆଙ୍କ ବାପା ମହମ୍ମଦ ମୋକିମ୍ ୨୦୧୯ରୁ ଏଯାବତ୍ ବାରବାଟୀ-କଟକର ବିଧାୟକ ଥିବା ବେଳେ ଏଥର ବାପାଙ୍କ ସ୍ଥାନରେ ସୋଫିଆ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଛନ୍ତି।
[ad_2]