ରାଜନୀତି

ବିଜେଡିରେ ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷା, ବଲାଙ୍ଗୀର ଜିଲ୍ଲା ବିଜେପିର ପୂର୍ବତନ ସଭାପତି – Kalinga News

[ad_1]

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜେଡିର ତିନିଟି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ଏନ୍‌ଏସିର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ବିଜେଡିରେ ମିଶିଥିଲେ। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ସାଂସଦ ସସ୍ମିତ ପାତ୍ର ତାଙ୍କୁ ସ୍ବାଗତ କରିଥିଲେ। ୨୦୨୨ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ପୁନମ ନିର୍ବାଚିତ ହୋଇଥିଲେ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍ବାଧୀନ ଭାବେ ଲଢ଼ି ମଧ୍ୟ ବିଜେଡିକୁ କେବେ ବିରୋଧ କରିନି। ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ ଭାବି ନିର୍ବାଚନ ଲଢ଼ିଛି। ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ପ୍ରୟାସ କରିବି।

ବଲାଙ୍ଗୀର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ପ୍ରଭାସ ପାଣିଗ୍ରାହୀ ବିଜେଡିରେ ଯୋଗ ଦେଇଥିଲେ। ବଲାଙ୍ଗୀର ବିଧାନସଭା ଆସନର ବିଜେଡିର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ଓ ସାଂସଦ ସସ୍ମିତ ପାତ୍ର ତାଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ସହିତ ଦୁଇ ବରିଷ୍ଠ ନେତା ସ୍ବରମ୍ୟ ବବି ମିଶ୍ର ଓ ବିନୋଦ ବିହାରୀ ନାଗ ବିଜେଡିରେ ମିଶିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସେ କହିଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button