ଅପରାଧ

ଦୁଷ୍କର୍ମ ଉଦ୍ୟମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ଜୀବନ ହାରିଲେ ବିଜେପି ନେତ୍ରୀଙ୍କ ଝିଅ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାମପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତମଙ୍ଗଳବାର ଜଣେ ବିଜେପି ନେତ୍ରୀଙ୍କ ଝିଅ ଜୀବନ ହାରି ଦେଇଛନ୍ତି।  କିଛି ଯୁବକଙ୍କ ଅସଦାଚରଣ, ଦୁଷ୍କର୍ମ ଉଦ୍ୟମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାକୁ ସହ୍ୟ କରି ନପାରିବାରୁ ବିଜେପି ନେତ୍ରୀଙ୍କ ଝିଅ  ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି।

ଅଭିଯୋଗ ହୋଇଛି କି, ବିଜେପି ନେତ୍ରୀଙ୍କ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଝିଅ ଯେଉଁଆଡେ ବି ଯାଆନ୍ତି ତାଙ୍କୁ  କିଛି ସ୍ଥାନୀୟ ଯୁବକ ହଇରାଣ କରିବା ସହିତ ଅସଦାଚରଣ କରନ୍ତି। ଏମିତି କି ଦୁଷ୍କର୍ମ କରିବାକୁ ବି ଉଦ୍ୟମ କରିଥିଲେ। କିନ୍ତୁ ନାବାଳିକା ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଦୁଷ୍କର୍ମକାରୀଙ୍କ କବଳରୁ ମୁକୁଳି ଆସିଥିଲେ। ଏନେଇ ଅଭିଯୋଗ ‌ବି ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।

କିଛିଦିନ ତଳେ ବିଜେପି ନେତ୍ରୀଙ୍କ ଝିଅ ଘରେ ଏକାଥିଲେ। ନାବାଳିକା ଏକା ଥିବାର ଖବର କୌଣସି ସୂତ୍ରରୁ ପାଇବା ପରେ ୪ଜଣ ଯୁବକ ଜୋରଜବରଦସ୍ତ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହି ଉଦ୍ୟମରେ ଅସଫଳ ରହିବାରୁ ସେମାନେ ରାଗରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଶେଷରେ ଲୋକଲଜ୍ଜା ଭୟରେ ଝିଅ ଘରେ ଓଢ଼ଣୀରେ ଫାଶୀ ଦେଇ ଜୀବନ ‌ହାରି ଦେଇଛନ୍ତି।

ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button