ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ; ଗ୍ରାମରେ ଉତ୍ତେଜନା, ପୁଲିସ ଫୋର୍ସ ମୁତୟନ – Kalinga News
[ad_1]
ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ ବ୍ଲକ କୁଳାଇଲୋ ପଞ୍ଚାୟତ ତଥା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅଡାଳ(ରାଧାକୃଷ୍ଣପୁର) ଗ୍ରାମରେ ଆଜି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ସୁଶାନ୍ତ ରଣା(୪୬)ନାମକ ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରିବାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକମାନେ ଟ୍ରାକ୍ଟର ମଡ଼ାଇ ହତ୍ୟା କରିଥିବା ଅଭିଯୁକ୍ତର ଗୋଟିଏ ଟ୍ରାକ୍ଟର, ଏକ କାର ଓ ତିନି ବାଇକକୁ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପୁଲିସ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଖୁଣ୍ଟୁଣୀ ଓ ଆଠଗଡ଼ ଥାନା ପୁଲିସ ୧ପ୍ଲାଟୁନ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାସ୍ଥଳରୁ ମିଳିଥିବା ସୂଚନା ମୁତାବକ ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ଆଜି ଅପରାହ୍ନରେ ଅଡାଳ ଗ୍ରାମ ସ୍କୁଲ ସମ୍ମୁଖ କଲଭର୍ଟ ପାଖରେ ଏକ ଗୋଷ୍ଠୀ ଏକାଠି ହୋଇ ଗ୍ରାମର କିଛି ଲୋକଙ୍କ ସହିତ ଗଣ୍ଡଗୋଳ କରୁଥିବା ବେଳେ ସୁଶାନ୍ତ ରଣା ଏନେଇ ଖବର ପାଇ ସେଠାରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଗଣ୍ଡଗୋଳ କାରୀ ଗୋଷ୍ଠୀ ଓଲଟି ସୁଶାନ୍ତଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ସେଠାରେ ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।
ଏଖବର ପ୍ରଚାରିତ ହେବା ପରେ ଉତ୍ୟକ୍ତ ଲୋକେ ଆକ୍ରମଣକାରୀ ଗୋଷ୍ଠୀର ଟ୍ରାକ୍ଟର ମଡ଼ାଇଥିବା ଅଭିଯୁକ୍ତର ଏକ କାର, ଟ୍ରାକ୍ଟର ଏକ ବୁଲେଟ ସହିତ ଦୁଇ ବାଇକକୁ ପୋଡ଼ିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ଦେବଦତ୍ତ ବରାଳ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଉପସ୍ଥିତ ଅଛନ୍ତି।
[ad_2]