ସ୍ୱାସ୍ଥ୍ୟ

ଆପଣଙ୍କ ଶିଶୁର ଆଖି ସମସ୍ଯା ଅଛି ବୋଲି କେମିତି ଜାଣିବେ ? ଦେଖନ୍ତୁ ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଖାସ୍ ଟିପ୍ସ

ସାଧାରଣତଃ ଆମେ ପଢିବା ବେଳେ କିମ୍ବା କମ୍ପ୍ୟୁଟରରେ କାମ କରିବା ବେଳେ ଯଦି ଆମ ଆଖିକୁ ଭଲଭାବେ ଦେଖା ନଯାଏ, ତେବେ ଆମେ ଜାଣି ପାରିଥାଉ କି ଆମ ଦୃଷ୍ଟିଶକ୍ତି ଦୁର୍ବଳ ଅଛି । ଯାହାପରେ ଆମେ ଚକ୍ଷୁ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରାଇଥାଉ । କିନ୍ତୁ ଯେତେବେଳେ ଶିଶୁଙ୍କର ଆଖିରେ କୌଣସି ସମସ୍ଯା ହୁଏ ବା ସେମାନଙ୍କ ଦୃଷ୍ଟିଶକ୍ତି କମିଯାଏ ସେମାନେ ତାହା ଜାଣିପାରନ୍ତି ନାହିଁ କି କହିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଅଭିଭାବକମାନେ କେମିତି ଚିହ୍ନିବେ, ଆସନ୍ତୁ ଜାଣିବା ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀଙ୍କ ଠାରୁ ।

ଶିଶୁ ଯେତେବେଳେ ଜନ୍ମ ହୁଏ ସେତେବେଳେ ତା’ର ଦୃଷ୍ଟିଶକ୍ତି ସଂପୂର୍ଣ୍ଣ କ୍ଷୀଣ ଥାଏ । ପିଲା ଯେତେ ବଡ ହୁଏ ତା’ର ଦୃଷ୍ଟିଶକ୍ତି ମଧ୍ୟ ସେହି ଅନୁସାରେ ଧୀରେ ଧୀରେବଢିଥାଏ । ପିଲା ଛୋଟ ଥିଲା ବେଳେ ତା’ ଆଖପାଖ ଜିନିଷକୁ ଭଲଭବେ ଦେଖିପାରେ । ଆଉ ଯେତେବେଳେ ସେ ଚାଲିବାକୁ ଆରମ୍ଭ କରେ ସେତେବେଳେ ଦୂର ଜିନିଷ ମଧ୍ୟ ଦେଖିବା ପାଇଁ ତା ଦୃଷ୍ଟିଶକ୍ତି ବଢିବାକୁ ଆରମ୍ଭ ହୁଏ ।

ସେଥିପାଇଁ ପିଲା ଆସ୍ତେ ଆସ୍ତେ ଚାଲିକି ଯାଏ ଦୂର ଜିନିଷକୁ ଦେଖେ ଓ ତଳେ ପଡିଥିବା ଜିନିଷକୁ ଉଠାଏ । ପିଲାର ବୟସ ସହିତ ଦୃଷ୍ଟିଶକ୍ତିର ମାଚ୍ୟୁରିଟି ମଧ୍ୟ ବଢେ । ହେଲେ ବାପାମା ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ଏହି ସବୁ ହେଉଥିବା ବେଳେ ଯଦି ପିଲାର ବ୍ୟବହାରରେ କିଛି ଆବନର୍ମାଲିଟି ଦେଖାଯାଉଛି କି ନାହିଁ ।

ବାପାମା ଧ୍ୟାନ ଦେବା ଉଚିତ ଯେ, ପିଲାଟି ଦୁଇ ମାସ ବୟସରେ ଯେଉଁ ଜିନିଷ ଦେଖି ପାରୁଥିଲା ୬ ମାସ ବୟସ ହେଲା ବେଳକୁ ସେହି ଜିନିଷକୁ ସଠିକ ଭାବେ ଦେଖିପାରୁଛି କିମ୍ବା ଦେଖିବାକୁ ଚେଷ୍ଟା କରୁଛି କି ନାହିଁ । ଯଦି ଆପଣ ନିଜ ଶିଶୁଠାରେ ଏମିତି କିଛି ପରିଲକ୍ଷିତ କରୁଛନ୍ତି ତେବେ ଜାଣି ନିଅନ୍ତୁ ଯେ ନିଶ୍ଚିତ ଭାବେ ଏହା ନର୍ମାଲ ନୁହେଁ ।

କାରଣ ପିଲାଟି ଯଦି ଦୁଇ ମାସରେ ଯାହା ଦେଖି ପାରୁଥିଲା ୬ ମାସ ବେଳକୁ ତାହା ଦେଖିପାରୁନି ତେବେ ନିଶ୍ଚିତ ଭାବେ ତା’ ଆଖିରେ କିଛି ଅସୁବିଧା ଅଛି । ଏଭଳି ଜିନିଷ ପାଇଁ ବାପାମା’ ସଚେତନ ରହିବା ସହ ନିଜ ଛୁଆ ପ୍ରତି ଭଲରେ ଧ୍ୟାନ ଦେବା ଜରୁରୀ ।

ପିଲା ବଢିବା ସହ ଯଦି ତା’ର ଦୃଷ୍ଟିଶକ୍ତି ମଧ୍ୟ ସବଳ ହେବାକୁ ଲାଗୁଛି କିମ୍ବା ଦୁର୍ବଳ ଲାଗୁଛି ତେବେ ପିଲାର ଦୃଷ୍ଟିଶକ୍ତିରେ କୌଣସି ଅସୁବିଧା ଅଛି କି ନାହିଁ ଆପଣ ତାହା ଜାଣିପାରିବେ । ଯଦି ଆପଣଙ୍କ ମନରେ ଏହାକୁ ନେଇ କିଛି ସନ୍ଦେହ ଆସୁଛି ତେବେ ଆପଣ ନିଜ ଛୁଆକୁ ଚକ୍ଷୁରୋଗ ଡାକ୍ତରଙ୍କ ପାଖରେ ପରାମର୍ଶ କରନ୍ତୁ ।

ପିଲା ମୁହଁରେ କିଛି ନକହି ପାରୁଥିଲେ ମଧ୍ୟ ଡାକ୍ତରଙ୍କ ପରୀକ୍ଷା କରିବାର ବିଶେଷ ପଦ୍ଧତି ରହିଛି ଯାହାଦ୍ୱାରା ସେ ଜାଣିପାରିବେ କି ପିଲାର ଆଖିରେ କୌଣସି ସମସ୍ଯା ରହିଛି କି ନାହିଁ । ଆଉ ସେହି ଅନୁସାରେ ପିଲା ପାଇଁ କଣ ଚିକିତ୍ସା ଆବଶ୍ୟକ ତାହା ଡାକ୍ତର ଆପଣଙ୍କୁ ଅବଗତ କରାଇଦେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button