ସ୍ୱାସ୍ଥ୍ୟ

ଏହି ୬ ପ୍ରକାରର ଖାଦ୍ୟ ଖାଉଥିଲେ ସାବଧାନ! ଆଜିଠୁ ଛାଡ଼ନ୍ତୁ ନହେଲେ ଗମ୍ଭୀର ହେବ ଥାଇରଏଡ଼ ସମସ୍ୟା

ଥାଇରକ୍ସିନ ହରମୋନର ଅଭାବ ହେଲେ ଥାଇରଏଡ ରୋଗ ହୋଇଥାଏ। ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଏହି ସମସ୍ୟା ହେବାର ମୂଳ କାରଣ ଅଟେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଅଧିକ ଦେଖା ଯାଇଥାଏ। କିଛି ଖାଦ୍ୟ ପଦାର୍ଥ ଥାଇରଏଡକୁ ବୃଦ୍ଧି କରିବା ମଧ୍ୟ ସାହାଯ୍ୟ କରିଥାନ୍ତି ତେଣୁ ଗଳଗଣ୍ଡ ରୋଗରୁ ରକ୍ଷା ପାଇବା ପାଇଁ ଏପରି ଭାବରେ ନିଜ ଖାଦ୍ୟପେୟକୁ ସନ୍ତୁଳିତ କରିବା ଆବଶ୍ୟକ ଅଟେ।

୧: ଭିଟାମିନ-ଡି:- ଯେଉଁମାନଙ୍କ ଶରୀରରେ ଭିଟାମିନ-ଡିର ଅଭାବ ରହିଥାଏ ସେମାନଙ୍କ ଠାରେ ଥାଇରଏଡ୍ ରୋଗ ଅଧିକ ମାତ୍ରାରେ ଦେଖା ଦେଇଥାଏ। ଭିଟାମିନ-ଡି ସୁସ୍ଥ ହାଡ଼,ଦାନ୍ତ ଓ ଫୁସଫୁସ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

Tap to win $500 now!
Crypto Blackjack! Try it now!
୨: ପ୍ରୋସେସ୍ଡ ଫୁଡ୍:- ଥାଇରଏଡ଼ ରୋଗୀଙ୍କ ପାଇଁ ପ୍ରୋସେସ୍ଡ ଫୁଡ୍ ଯଧା କୋଲ୍ଡ ଡ୍ରିକ୍ସ,ପଫ୍ କର୍ଣ୍ଣ,ପିଜା,ବର୍ଗର, ଆଇସକ୍ରିମ ଆଦି ଖାଦ୍ୟ ପିଇବା ଅନୁଚିତ୍ ।

୩: ଲାଲ ମାଂସ:- ଲାଲ୍ ମାଂସ ଯେପରିକି ମଟନ, ଘୁଷୁରୀ ମାଂସ ଏବଂ ଚର୍ବି ଜାତୀୟ ମାଂସରେ ସାଚୁରେଟେଡ ଫ୍ୟାଟ ରହିଥାଏ ଯାହାକି ଥାଇରଏଡ଼ ହରମୋନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ତେଣୁ ଥାଇରଏଡ଼ ରୋଗୀମାନେ ଲାଲ୍ ମାଂସ ଖାଇବା ଅନୁଚିତ।

୪: ମଦ:- ମଦ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। ମଦ ପିଇବା ଦ୍ଵାରା ଥାଇରଏଡ଼ ଗ୍ରନ୍ଥି ଉପରେ ପ୍ରଭାବ ପଡିଥାଏ। ତେଣୁ ଥାଇରଏଡ଼ ରୋଗୀଙ୍କୁ ମଦ ପିଇବାକୁ ଡ଼ାକ୍ତରମାନେ ବାରଣ କରିଥାନ୍ତି। ଏହି ରୋଗୀମାନେ ଅତ୍ୟଧିକ ଚା ଏବଂ କଫି ପିଇବା ମଧ୍ୟ ଠିକ୍ ନୁହେଁ।

୫: ସୋୟାବିନ:- ସୋୟାବିନ ରେ ଆଇସୋଫ୍ଲୋଭିନ ତତ୍ୱ ରହିଥାଏ ଯାହା ଥାଇରଏଡ଼ ହରମୋନ ଉତ୍ପାଦନକୁ ପ୍ରତିରୋଧ କରିଥାଏ ତେଣୁ ସୋୟାବିନ ମଧ୍ୟ ଥାଇରଏଡ ରୋଗୀ ଖାଇବା ଅନୁଚିତ୍।

୬: ଫାଇବର ଯୁକ୍ତ ପନିପରିବା:- ଫାଇବର ପରିବା ଯଥା କୋବି, ବ୍ରୋକୋଲି, ପାଳଙ୍ଗ ଇତ୍ୟାଦି ଖାଇବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button