ସ୍ୱାସ୍ଥ୍ୟ

ଅତ୍ୟଧିକ ଲୁଣ ଖାଉଛନ୍ତି କି, ଦେଖାଦେଇପାରେ ମାନସିକ ବିକୃତି

ଅଧିକ ଲୁଣ ସେବନ କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଲୁଣ ମସ୍ତିଷ୍କକୁ ୨୫ ପ୍ରତିଶତ ରକ୍ତ ସଞ୍ଚାଳନ କମ୍‌ କରେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ଲୁଣଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ବୁଦ୍ଧିମତା ମଧ୍ୟ ହ୍ରାସ ପାଏ। ମସ୍ତିଷ୍କରେ ଟାଓ ପେଆଟିନ୍‌ର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ସ୍ମରଣଶକ୍ତି କମିଥାଏ ଓ ବ୍ୟକ୍ତି ପୂର୍ବ କଥା ମନେ ରଖିପାରେ ନାହିଁ।

ଡିମେନ୍‌ସିଆ ବା କଥା ଭୁଲିଯିବା ରୋଗର ପ୍ରମୁଖ କାରଣ ହେଉଛି ଅତ୍ୟଧିକ ଲୁଣ ସେବନ। ଲୁଣ ଏହି ରୋଗର କାରକକୁ ଦ୍ରୁତଗତିରେ ସୃଷ୍ଟି କରିଥାଏ। ଫଳରେ ଶରୀରରେ ଫୁଲାରୋଗ ଦେଖାଦିଏ। ଇଣ୍ଟରଲ୍ୟୁକିନ୍‌-୧୭ ଅଣୁ ମୁଣ୍ଡର କୋଷରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ଉତ୍ପାଦନ କମ୍‌ କରିଥାଏ। ନାଇଟ୍ରିକ୍‌ ଅକ୍ସାଇଡ୍‌ ରକ୍ତ ବାହିକାକୁ ଚଉଡ଼ା କରିଥାଏ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ। ମାତ୍ର ଏହାର ଅଭାବରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ।

ସେହିପରି ଅତ୍ୟଧିକ ସୋଡ଼ିୟମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ମସ୍ତିଷ୍କକୁ ପ୍ରବାହିତ ହେଉଥିବା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ। ଫଳରେ ବ୍ୟକ୍ତି ଆଜିର କଥା କାଲିକୁ ଭୁଲିଯାଇଥାଏ। ଅନ୍ୟପଟେ ଅଧିକ ଲୁଣ ଖାଇବା ଦ୍ୱାରା ଆଲଜାଇମର ଭଳି ସମସ୍ୟା ମଧ୍ୟ ଦେଖାଦିଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button