ସ୍ୱାସ୍ଥ୍ୟ

ଶୀଘ୍ର ଗର୍ଭବତୀ ହେବା ପାଇଁ କେଉଁ ଦିନ ସହବାସ କରିବା ଉଚିତ ? ଜାଣନ୍ତୁ ସହବାସର ସଠିକ ନିୟମ

ଗର୍ଭଧାରଣ କରିବା ପ୍ରତ୍ଯେକ ମହିଳାଙ୍କ ଜୀବନର ଏକ ସୁଖଦ ଅନୁଭୂତି । କିନ୍ତୁ ଆଜିକାଲି ଅନେକ ମହିଳା ଏହି ଅନୁଭୂତିରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ଗର୍ଭବତୀ ହୋଇ ପାରୁନାହାନ୍ତି । ସଠିକ ସମୟରେ ସହବାସ ନ କରିବା ଏହାର ମୁଖ୍ୟ କାରଣ । ଗର୍ଭଧାରଣ ପାଇଁ ସଠିକ ସମୟରେ ସହବାସ କରିବା ନିତାନ୍ତ ଜରୁରୀ ଅଟେ । ପ୍ରତ୍ଯେକ ମାସର କେତୋଟି ଦିନ ଏପରି ଥାଏ ଯେଉଁ ଦିନ ସହବାସ କରିବା ଦ୍ଵାରା ଗର୍ଭଧାରଣର ଯଥେଷ୍ଟ ସମ୍ଭାବନା ରହିଥାଏ ।

ତେବେ ଏହି ଦିନ ପ୍ରତ୍ଯେକ ମହିଳାଙ୍କ ପାଇଁ ଅଲଗା ଅଲଗା ହୋଇଥାଏ, କାରଣ ଏହା ସେମାନଙ୍କ ମାସିକ ଧର୍ମ ଉପରେ ନିର୍ଭର କରିଥାଏ । ସହବାସର ସଠିକ ଦିନ ବୁଝିବା ପାଇଁ ପ୍ରଥମେ ମାସିକ ଋତୁଚକ୍ରକୁ ବୁଝିବାକୁ ହେବ । ପ୍ରତ୍ଯେକ ମାସର ଋତୁସ୍ରାବ ଆରମ୍ଭ ହେବା ଦିନ ହେଉଛି ଏହି ଚକ୍ରର ପ୍ରଥମ ଦିନ । ଋତୁସ୍ରାବ ଛଅଦିନ ମଧ୍ୟରେ ସମାପ୍ତ ହୋଇଥାଏ ।

ଏହାପରେ ମହିଳାଙ୍କ ଅଣ୍ଡାଶୟରେ ଗୋଟିଏ ଅଣ୍ଡା ବୃଦ୍ଧି ପାଇବାକୁ ଲାଗେ । ଏହି ଅଣ୍ଡା ସଂପୂର୍ଣ୍ଣ ଭାବେ ବିକଶିତ ହେବା ପାଇଁ ୫ଦିନ ସମୟ ନେଇଥାଏ । ଅର୍ଥାତ ଋତୁସ୍ରାବ ଆରମ୍ଭ ହେବାଠାରୁ ୧୧ଦିନରେ ଗୋଟିଏ ଅଣ୍ଡା ବିକଶିତ ହୋଇଥାଏ, ଯାହାକୁ ଓଭୁଲେସନ ନୋଳି କୁହାଯାଏ । ଏହି ଅଣ୍ଡା ପୁରୁଷ ଶୂକ୍ରାଣୁ ସହ ଭେଟିବା ପାଇଁ ଗର୍ଭାଶୟରେ ଆସି ଅପେକ୍ଷା କରେ ।

ଏହି ଓଭୁଲେସନ ହେବା ଠାରୁ ୫ଦିନ ପର୍ଯ୍ୟନ୍ତ ସହବାସ କରିବା ପାଇଁ ସଠିକ ସମୟ ହୋଇଥାଏ । ଅର୍ଥାତ ଋତୁସ୍ରାବ ଆରମ୍ଭ ହେବା ପରର ୧୧ଦିନ ପରଠାରୁ ଲଗାତାର ୫ଦିନ ସହବାସ କଲେ ଗର୍ଭବତୀ ହେବାର ସମ୍ଭାବନା ଯଶଥେଷ୍ଟ ଅଧିକ ହୋଇଯାଏ । କିନ୍ତୁ ଋତୁସ୍ରାବ ହେବାର ୨୦ଦିନ ପରେ ଗର୍ଭବତୀ ହେବାର ସମ୍ଭାବନା ବହୁତ କମିଯାଏ ।

ଆପଣଙ୍କ ଓଭୁଲେସନ ଦିନ ଜାଣିବାକୁ ଚାହୁଁଥିଲେ ଆପଣ ମାର୍କେଟରୁ କିଟ୍ କିଣି ଏହାର ଟେଷ୍ଟ କରିପାରିବେ । ଋତୁସ୍ରାବ ହେବାର ୧୧ଦିନ ପରଠାରୁ ଆପଣ ଏହି ଓଭୁଲେସନ କିଟ୍ ଦୁଇ ବୁନ୍ଦା ପରିସ୍ରା ପକାଇ ଟେଷ୍ଟ କଲେ ଜାଣିପାରିବେ ଆପଣଙ୍କ ଗର୍ଭାଶୟରୁ କେବେ ଅଣ୍ଡା ନିର୍ଗତ ହେଲା । ଗର୍ଭଧାରଣ ପାଇଁ ସେହିଦିନ ଠାରୁ ଆପଣ ଲଗାତାର ୫ଦିନ ସହବାସ କରନ୍ତୁ ।

ପୁରୁଷଙ୍କ ଶୂକ୍ରାଣୁ ମହିଳାଙ୍କ ଗର୍ଭାଶୟ ଭିତରକୁ ଯିବା ପରେ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ । ତେଣୁ ସୁସ୍ଥ ଶୂକ୍ରାଣୁ ଗର୍ଭାଶୟରେ ମହଜୁଦ ରଖିବା ପାଇଁ ପ୍ରତି ୨୪ ଘଣ୍ଟାରେ ଥରେ ସହବାସ କରିବା କରିବା ଉଚିତ । ଏହା ବ୍ଯତୀତ ସହବାସ କରିବାର ୩୦ମିନିଟ ପର୍ଯ୍ୟନ୍ତ ମହିଳା ବେଡ୍ ରେ ଚିତ୍ ହୋଇ ଶୋଇବା ଆବଶ୍ୟକ ।

ଏପରି କରିବା ଦ୍ଵାରା ପୁରୁଷ ଶୂକ୍ରାଣୁ ଗର୍ଭାଶୟ ମଧ୍ୟକୁ ପ୍ରବେଶ କରି ଡିମ୍ବକୁ ଫର୍ଟିଲାଇଜ କରିବାର ସମ୍ଭାବନା ବଢିଯାଏ । ଗର୍ଭଧାରଣ ପାଇଁ ଚେଷ୍ଟା କରୁଥିବା ମହିଳାମାନେ ପ୍ରତିଦିନ ଅଳ୍ପ ଅଳ୍ପ ବ୍ୟାୟାମ କରିବା ଜରୁରୀ ହୋଇଥାଏ । ଏହାସହ ଆଇରନ ଓ ହିମୋଗ୍ଲୋବିନ ମାତ୍ର ଠିକ ରଖିବା ପାଇଁ ଉତ୍ତମ ଭୋଜନ ଓ ଫଳମୂଳ ଆଦି ଖାଇବା ଆବଶ୍ୟକ ।

ଗର୍ଭଧାରଣ ପାଇଁ ଚେଷ୍ଟା କରୁଥିବା ବେଳେ ଯେକୌଣସି ଚିନ୍ତା ଓ ମାନସିକ ଚାପରୁ ନିଜକୁ ଦୂରେଇ ରଖନ୍ତୁ । ଏହାଦ୍ବାରା ହରମୋନ ଅସନ୍ତୁଳଣ ହୋଇଥାଏ ଏବଂ ଏହା ଗର୍ଭଧାରଣରେ ସମସ୍ଯା ସୃଷ୍ଟି କରିଥାଏ । ଗର୍ଭଧାରଣ ପାଇଁ ଚେଷ୍ଟା କରିବାର ତିନିମାସ ଆଗରୁ ଗର୍ଭ ନିରୋଧକ ବଟିକାର ସଂପୂର୍ଣ୍ଣ ସେବନ ବନ୍ଦ କରିଦେବା ଉଚିତ ।

ସେହିପରି ପୁରୁଷମାନେ ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବା, ଉପଯୁକ୍ତ ନିଦ୍ରା ଯିବା, ଗରମ ପାଣିରେ ନ ଗାଧୋଇବା, ଅଧିକ ଗରମ ସ୍ଥାନରେ କାର୍ଯ୍ୟ ନ କରିବା ଏବଂ ନିଶା ସେବନରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏସବୁ ଦ୍ଵାରା ପୁରୁଷଙ୍କ ଶୂକ୍ରାଣୁ ଦୁର୍ବଳ ହୋଇଯାଏ ଓ ଗର୍ଭଧାରଣରେ ସମସ୍ଯା ହୁଏ । ଯଦି ଏସବୁ କରିବା ସତ୍ତ୍ୱେ ଗର୍ଭଧାରଣ କରି ପାରୁନାହାନ୍ତି ତେବେ ଶୀଘ୍ର ଡାକ୍ତରଅଙ୍କ ପରାମର୍ଶ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button