ଅପରାଧ
ମଦ ନିଶାରେ ନିଜର ୫ ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲେ ବାପା – Kalinga News

[ad_1]
ପଦ୍ମପୁର: ମଦ୍ୟପ ପିତାଙ୍କ ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲେ। ମରିଗଲା ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗ୍ରାମରେ। ପୁଲିସ ଶବକୁ ଜବତ କରିଛି। ଶିଶୁର ପିତାଙ୍କୁ ଗିରଫ କରି ପୁଲିସ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ରାତିରେ ସ୍ବାମୀ ସ୍ତ୍ରୀଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସ୍ତ୍ରୀ ମନା କରିବାରୁ ମଦ୍ୟପ ପିତା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଚି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
[ad_2]




