ଖେଳ ଖବର

ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା: ବାଦ୍‌ ପଡିଲେ କୋହଲି, ଫେରିଲେ ରାହୁଲ-ଜାଡେଜା – Kalinga News

[ad_1]

ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଏଥର ପାଇଁ ଦଳରେ ବିରାଟ କୋହଲିଙ୍କ ନାଁ ନାହିଁ । ଆଗାମୀ ୩ଟି ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ ବିରାଟ ।  ବ୍ୟକ୍ତିଗତ କାରଣ ପାଇଁ ବାକି ୩ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି କହିଥିଲେ ବିରାଟ କୋହଲି । ୧୭ ଜଣିଆ ସ୍କ୍ୱାଡକୁ ଫେରିଛନ୍ତି କେଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ।

ଆହତ ସମସ୍ୟା ଯୋଗୁ ଶ୍ରେୟସ ଆୟର ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି । କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ । ଏଥର ଦଳରେ ତାଙ୍କ ନାଁ ରହିଛି । ଦ୍ୱିତୀୟ ଟେଷ୍ଟ ବେଳେ ସ୍କ୍ୱାଡରୁ ରିଲିଜ ହୋଇଥିବା ମହମ୍ମଦ ସିରାଜ କମବ୍ୟାକ କରିଛନ୍ତି । ସରଫରାଜ ଖାନ, ରଜତ ପଟିଦାର ଓ ୱାଶିଂଟନ ସୁନ୍ଦର ଟିମରେ ସାମିଲ ରହିଛନ୍ତି ।

ଆବେଶ ଖାନ ଟିମରୁ ବାଦ୍‌ ପଡିଥିବା ବେଳେ ନୂଆ ଆକାଶ ଦୀପ ଟିମରେ ସ୍ଥାନ ପାଇଁଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ୧୫ ତାରିଖରୁ ରାଜକୋଟରେ ଆରମ୍ଭ ହେବ ।

ଭାରତୀୟ ସ୍କ୍ୱାଡ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, କେଏଲ ରାହୁଲ, କେଏସ ଭରତ(ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମରା (ଉପ ଅଧିନାୟକ), ରଜତ ପଟିଦାର, ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ଆକାଶ ଦୀପ ।

The post ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଟିମ୍‌ ଘୋଷଣା: ବାଦ୍‌ ପଡିଲେ କୋହଲି, ଫେରିଲେ ରାହୁଲ-ଜାଡେଜା appeared first on KNews Odisha.



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button