ଘର ଭାଙ୍ଗି ଦେବାପରେ କୁକୁର ରହୁ ନଥିବା ସ୍ଥାନକୁ ପଠାଯାଉଛି: ଖନନକାରୀ ଭାକେଲ ହାସନ – Kalinga News
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି(ଡିଡିଏ) ଖନନକାରୀ ଭାକେଲ ହାସନଙ୍କ ଘର ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଡିଡିଏର ଘରଭଙ୍ଗା ଅଭିଯାନକୁ ନେଇ ଭାକେଲ ହାସନ ଓ ତାଙ୍କ ସ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାକେଲ ହାସନ ହେଉଛନ୍ତି ଗତବର୍ଷ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।
ଘରଭାଙ୍ଗି ଦେବା ପରେ ଭାକେଲ ହାସନ କହିଛନ୍ତି,‘ ଡିଡିଏ କୌଣସି ନୋଟିସ ନଦେଇ ମୋର ଏହି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ସରକାର ମୋତେ ପ୍ରତିଶ୍ରୁତି ଦେଇଥିଲେ ମୋର ଘର କେବେ ବି ଭାଙ୍ଗିବେ ନାହିଁ। ଘର ଭାଙ୍ଗିବା ପରେ ପିଲା ସ୍ତ୍ରୀ ରାସ୍ତାରେ ଅଛନ୍ତି। ଯେଉଁଠାକୁ ସ୍ଥାନାନ୍ତର କରୁଛନ୍ତି ସେଠାରେ କୁକୁର ବି ରହୁନାହାନ୍ତି। ସେଠାରେ ଯଦି ମୋର ପରିବାର ସହିତ କୌଣସି ଘଟଣା ଘଟେ କେହିବି ମୋତେ ସାହାଯ୍ୟ କରି ପାରିବେ ନାହିଁ ବୋଲି ମୁଁ ଜାଣିଛି। ଏମିତିରେ ମୋ ପିଲାଛୁଆ ଧରି ସେଠାକୁ କେମିତି ଯିବି।’
ଏହି ଘଟଣାକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି,‘ଖନନକାରୀ ଭାକେଲ ହାସନ ମୋତେ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ତେବେ ସେ ଯେଉଁସ୍ଥାନରେ ରହୁଥିଲେ ତାହାକୁ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଥିଲା। ଆମେ ପ୍ରତିଶ୍ରୁତି ଦେଉଛି ତାଙ୍କୁ ଯାହା ନିୟମ ରହିଛି ସେଇ ଅନୁଯାୟୀ ରହିବାକୁ ଯଥାଶୀଘ୍ର ଘର ଯୋଗାଇ ଦିଆଯିବ।
[ad_2]