‘ବ୍ଲୁ ହ୍ବେଲ୍ ଚ୍ୟାଲେଞ୍ଜ’ ଗେମ୍ ଖେଳି ଆମେରିକାରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ – Kalinga News

[ad_1]
ୱାଶିଂଟନ: ଗତ କିଛି ବର୍ଷ ତଳେ ‘ବ୍ଲୁ ହ୍ବେଲ୍ ଚ୍ୟାଲେଞ୍ଜ’ ନାମକ ଏକ ଅନ୍ଲାଇନ୍ ଗେମ୍ରେ ଅନେକ ଯୁବଙ୍କ ଜୀବନ ଯାଇଥିଲା। ଏହି ଖେଳ ଖେଳି ଅନେକ ଛାତ୍ର ଓ ଯୁବପିଢ଼ି ସେ ସମୟରେ ଆତ୍ମହତ୍ୟା କରିଥଲେ। ଏବେ ପୁଣି ସେପରି ସଂକଟ ଉପୁଜିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକାର ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଭାରତୀୟ ଛାତ୍ରଙ୍କର ଏହି ଗେମ୍ ଖେଳି ଜୀବନ ଯାଇଛି। ଭାରତୀୟ ଛାତ୍ରଙ୍କ ମୃତଦେହ ମାର୍ଚ୍ଚ ମାସରେ ମିଳିଥିଲା ଏବଂ ଏବେ ତାହକୁ ଆତ୍ମହତ୍ୟା ବୋଲି ବିଶ୍ବାସ କରାଯାଉଛି। ଜଣାପଡ଼ିଛି ଯେ ୨୦ ବର୍ଷୀୟ ଯୁବକ ଜଣକ “ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ” ଖେଳୁଥିଲେ , ଯାହାକି ତାଙ୍କ ଜୀବନ ହାନୀର କାରଣ ସାଜିଛି।
ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ ହେଉଛି ଏକ ଅନଲାଇନ୍ ଗେମ୍। ଯାହା ରୁଷିଆରେ ଉତ୍ପନ୍ନ ହୋଇଥିଲା ଏବଂ ଏହା ଏକ ବିପଜ୍ଜନକ ଖେଳ ଭାବେ କୁଖ୍ୟାତ। ସେଥିରେ ଅଧା ରାତିରୁ ଉଠିବାରୁ ନେଇ ଭୟାନକ ଚଳଚ୍ଚିତ୍ର ଦେଖିବା ଭଳି ଚ୍ୟାଲେଞ୍ଜ ଅନ୍ତର୍ଭୁକ୍ତ ହୋଇଥାଏ। କିନ୍ତୁ ଧିରେ ଧିରେ ପରେ ତାହା ଅଧିକ ବିପଜ୍ଜନକ କାର୍ଯ୍ୟ କରାଇବାକୁ ଖେଳାଳିଙ୍କୁ ଉସୁକାଇଥାଏ। ଶେଷରେ ଖେଳାଳୀ ନିଜକୁ ମାରିବାକୁ ବି ବାଧ୍ୟ ହୁଅନ୍ତି।
ଅଂଶଗ୍ରହଣକାରୀମାନଙ୍କୁ ପ୍ରାୟତଃ ଧମକ, ବ୍ଲାକମେଲ କିମ୍ବା ମନସ୍ତାତ୍ତ୍ୱିକ ଭାବେ ଦୁର୍ବଳ କରି କାର୍ଯ୍ୟଗୁଡିକ ପୂରଣ କରିବାକୁ ବାଧ୍ୟ କରାଯାଏ। ୨୦୧୯ ମସିହାରୁ ଉତ୍ପନ୍ନ ହୋଇଥିବା ଏହି “ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ” ରୁଷ୍, ୟୁକେ୍ରନ, ଭାରତ ଓ ଆମେରିକା ଭଳି ଅନ୍ୟ ଦେଶକୁ ବ୍ୟାପି ଯାଇଥିଲା।
[ad_2]




