ମନୋରଞ୍ଜନ

‘ବିଗ୍‌ ବସ୍‌’ ଗୃହରେ ହଙ୍ଗାମା ମଚାଉଥି‌ବା ଅଙ୍କିତା-ମନ୍ନାରା ବାହାରେ ପାଲଟିଗଲେ ବନ୍ଧୁ! – Kalinga News

[ad_1]

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ‘ବିଗ୍‌ ବସ୍‌’ର ୧୭ତମ ସିଜିନ୍‌ ଶେଷ ‌ହୋଇଯାଇଛି। ସୋ’ ଶେଷ ହେବା ପରେ ଏବେ ‘ବିଗ୍‌ ବସ୍‌-୧୭’ର ସଫଳ ପାର୍ଟିରେ ପ୍ରତିଦ୍ବନ୍ଦୀମାନଙ୍କୁ ଦେଖିବାକୁ ପାଇଛନ୍ତି ଆମେ। ଆୟୋଜିତ ହୋଇଥିବା ପାର୍ଟିରେ ଅଭିଷେକ କୁମାର, ମନ୍ନାରା ଚୋପ୍ରା, ମୁନାୱାର ଫାରୁକି ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା।

ନିକଟରେ ରେଡ୍‌ କାର୍ପେଟର ଫଟୋରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଆପଣ ଯଦି ‘ବିଗ୍‌ ବସ୍‌’ ଦେଖଥିବେ ତ ଏକଥା ନିଶ୍ଚୟ ଜାଣିଥିଲେ ‌ଯେ ଅଙ୍କିତାଙ୍କର ମନ୍ନାରାଙ୍କ ସହ ଆଦୌ ବି ପଡ଼େନାହିଁ। ସେ ତାଙ୍କ ସ୍ବାମୀ ଓ ମନ୍ନାରାଙ୍କୁ ନେଇ ପୂରା ସିଜିନ୍‌ଯାକ ନିଜର କ୍ରୋଧ ଦେଖାଇଛନ୍ତି। ହେଲେ ନିକଟରେ ଯାହା ଘଟିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଅଙ୍କିତା ଉଭୟ ଭିକି ଓ ମନ୍ନାରାଙ୍କ ସହ ଖୁବ୍ ଖୁସିରେ ନାଚୁଥିବାର ନଜର ଆସିଛନ୍ତି।

ଏହି ଭିଡିଓ ଉପରେ ଏବେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଏଠାରେ ଯଦି ଏମିତି ସଂପର୍କରେ ‘ବିଗ୍‌ ବସ୍‌’ ଗୃହରେ କ’ଣ ହେଉଥିଲା।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ଏଇ କ’ଣ ହେଉଛି’’।

ଗୃହରୁ ବାହାରିବା ପରେ ଅଙ୍କିତା କହିଛନ୍ତି ଯେ ଭିକି ଓ ମନ୍ନାରାଙ୍କୁ ନେଇ ତାଙ୍କର ଯେଉଁ ଭୁଲ୍‌ ବୁଝାମଣା ଥିଲା ତାହା ଆଉ ନାହିଁ। ସେ ପୁରୁଣା ଭିଡିଓକୁ ଦେଖିବା ପରେ ହୃଦୟଙ୍ଗମ କରିପାରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ‌ସେ ଭୁଲ୍‌ ବୁଝିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button