ମନୋରଞ୍ଜନ

ପିଲାଟି ଦିନରୁ ପାଇନି ବାପା ଓ ମା’ଙ୍କ ସ୍ନେହ, ସମ୍ପର୍କୀୟ ଦେଇଛନ୍ତି ଅନେକ ନିର୍ଯାତନା – Kalinga News

[ad_1]

ନୂଆଦିଲ୍ଲୀ: ଜୁନ ୨୧ରୁ ଆରମ୍ଭ ହୋଇଥିବା  ବିଗବସ ଓଟିଟିର ତୃତୀୟ ସିଜନରେ ଦିଲ୍ଲୀରେ ବଡ଼ା ପାୱ ବିକ୍ରି କରୁଥିବା ମହିଳା ଚନ୍ଦ୍ରିକା ଗେରା ଦୀକ୍ଷିତ ସାମିଲ ହୋଇଛନ୍ତି। ଏହାପର ଠାରୁ ଚନ୍ଦ୍ରିକା ଲାଇମ ଲାଇଟକୁ ଆସିଛନ୍ତି। ଲୋକେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛନ୍ତି।

ଚନ୍ଦ୍ରିକା ନିକଟରେ ତାଙ୍କ ଆୟ ଓ ପ୍ରେମକାହାଣୀ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ। ବିଗବସ ଓଟିଟିରେ ଚନ୍ଦ୍ରିକାଙ୍କ ଖେଳରେ କିଛି ଦମ ନଥିବା ଦେଖିବାକୁ ମିଳିଛି। ଚନ୍ଦ୍ରିକାଙ୍କୁ ଏଥିର ଘରୁ ବାହାର କରିବା ପାଇଁ ଚୟନ କରାଯାଇଛି। ତେବେ ସେ ବିଗବସ ଓଟିଟିରୁ ବାହାରୁଛନ୍ତି ନା ସେଫ ରହୁଛନ୍ତି ତାହା ସୋ’ ଆସିଥିଲେ ହିଁ ଜଣାପଡ଼ିବ।

ତେବେ ଚନ୍ଦ୍ରିକା ସୋ’ରେ ରଣବୀର ସୌରୀ ଓ ମୁନୀଷାଙ୍କ ସହିତ କଥା ହେଉଥିବା ବେଳେ ନିଜ ବାପାଙ୍କ ବିଷୟରେ କହିବାକୁ ଯାଇ କହିଛନ୍ତି, ‘ମୋତେ ଆଜି ପର୍ଯ୍ୟନ୍ତ କେବେ ବାପା ଓ ମା’ଙ୍କ ଭଲପାଇବା ମିଳି ପାରିନାହିଁ।  ମୁଁ ୬ମାସର ହୋଇଥିବା ବେଳେ ମା’ ଆରପାରିକୁ ଚାଲି ଯାଇଥିଲା।

ମା’ର ମୃତ୍ୟୁପରେ ମୋ ବାପା ପ୍ରତିଦିନ ଘରକୁ ମଦ ପିଇ ଆସିଲେ। ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଏହାପରେ ମୋତେ ସେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇ ୪/୫ଥର ବିବାହ କରିଥିବା ମୁଁ ଶୁଣିବାକୁ ପାଇଛି। ସମ୍ପର୍କୀୟଙ୍କ ଘରେ ମୋତେ ଖୁବ ନିର୍ଯ‌ାତନା ଦିଆଯାଇଛି। ମୋ ଆଈ ଯେତେବେଳେ ଏସବୁ ଜାଣିଲା ସେ ମୋତେ ତା ପାଖରେ ଆଣି ରଖିଥିଲା। ମୁଁ ତା’ପାଖରେ ହିଁ ବଡ଼ ହୋଇଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button