ମଡେଲଙ୍କ ଅଭିନବ ପ୍ରତିଶୋଧ କାହାଣୀ – Kalinga News

[ad_1]
ଜଣକ ଉପରେ ରାଗ ଶୁଝାଇବା ଲାଗି କିଏ କେଉଁ ଉପାୟ ଅବଲମ୍ବନ କରିଥାଏ, ତାହା ସ୍ଥାନ-କାଳ-ପାତ୍ର ଉପରେ ନିର୍ଭର କରିଥାଏ। ତେବେ ଏ ପରିପ୍ରେକ୍ଷୀରେ ଆଭା ଲୁଇ ନାମ୍ନୀ ଜଣେ ଓନ୍ଲିଫ୍ୟାନ୍ସ ମଡେଲ ନିଜର ଧୋକାବାଜ ପୁରୁଷବନ୍ଧୁ ଉପରେ ପ୍ରତିଶୋଧ ନେବାର ଅଭିନବ କୌଶଳ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଟିକ୍ଟକ୍ରେ ସେ ଛାଡ଼ିଥିବା ଏକ ଭିଡିଓରେ ସେ ତାଙ୍କର ଆୟକର ଖିଲାପୀ ପୁରୁଷବନ୍ଧୁଙ୍କୁ ଆମେରିକାର ରାଜସ୍ବ ସେବା ବିଭାଗ ହାତରେ ଧରା ପକାଇଦେଇଥିବା ନେଇ ଦାବି କରିଛନ୍ତି। ଏହାଦ୍ବାରା ସେ ସଂପୃକ୍ତ ବିଭାଗ ଦ୍ବାରା ପୁରସ୍କୃତ ହୋଇଥିବା ବେଳେ ତାଙ୍କର ସେହି ଭିଡିଓକୁ ଅଦ୍ୟାବଧି ୩୮ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଅତୀତରେ ଭଲ ସମ୍ପର୍କ ଥିଲା ସମୟରେ ତାଙ୍କର ପୁରୁଷବନ୍ଧୁ ଜୀବନରେ କେବେ ଆୟକର ପୈଠ କରିନାହାନ୍ତି ବୋଲି ଏକଦା ସ୍ବୀକାର କରିଥିଲେ। ତେବେ ପରେ ଯେତେବେଳେ ଆଭାଙ୍କୁ ସେ ଧୋକାଦେଲେ, ସେତେବେଳେ ତାଙ୍କୁ ପାନେ ଚଖେଇବା ଲାଗି ଆଭାଙ୍କ ମୁଣ୍ଡକୁ ଅଦ୍ଭୁତ ଖିଆଲ ଆସିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଏହି କରଖିଲାପ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଦେଲେ। ଏହି ଅଭିଯୋଗରେ ତାଙ୍କ ପୁରୁଷବନ୍ଧୁ କଠୋର ଦଣ୍ଡ ସ୍ବରୂପ ଗିରଫ ହୋଇ ଜେଲ୍ରେ କାଳ କାଟୁଥିବା ବେଳେ ସୂଚନାଦାତ୍ରୀ ଆଭାଙ୍କୁ ବିଭାଗ ତରଫରୁ ଲକ୍ଷେ ଡଲାର ବା ପ୍ରାୟ ୮୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଦଗାଦିଆ ପୁରୁଷ ଏବେ ଜେଲ୍ରେ କଷ୍ଟ ଭୋଗୁଥିବା ବେଳେ ତାଙ୍କ ଅର୍ଥକୁ (ପୁରସ୍କାର ରାଶି) ଆଭା ଖର୍ଚ୍ଚ କରି ଅୟସ କରୁଛନ୍ତି। ସର୍ବୋପରି ମହିଳାଙ୍କ ରାଗ କେତେ ସାଂଘାତିକ ହୋଇପାରେ, ତାହା ଜାଣିବା ଦରକାର ବୋଲି ସେ କହିଛନ୍ତି।
[ad_2]