ମଧ୍ୟରାତ୍ରୀ ସୁଦ୍ଧା ଫଳାଫଳ ଘୋଷଣା କର, ନୋଚେତ୍….ପାକ୍ ନିର୍ବାଚନ ଆୟୋଗକୁ ଇମ୍ରାନଙ୍କ ଦଳର ଚେତାବନୀ – Kalinga News

[ad_1]
ଲାହୋର: ଦୁଇ ଦିନ ପରେ ବି ପାକିସ୍ତାନରେ ଭୋଟ ଗଣତି ଜାରି ରହିଛି । ସେପଟେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଶନିବାର (ଫେବୃଆରୀ ୧୦) ମଧ୍ୟରାତ୍ରି ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା କରିବାକୁ ନିର୍ବାଚନ କମିଶନଙ୍କୁ ଧମକ ଦେଇଛି। ଏପରି ହେଲେ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମକୁ ସମ୍ବୋଧିତ କରି ପିଟିଆଇ ମୁଖ୍ୟ ଗୌହର ଅଲ୍ଲୀ ଖାନ୍ ଦାବି କରିଛନ୍ତି ଯେ ପାକିସ୍ତାନ ନିର୍ବାଚନ ଆୟୋଗ ମଧ୍ୟରାତ୍ରି ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା କରନ୍ତୁ ନଚେତ୍ ଯେଉଁ ଅଞ୍ଚଳରେ ଫଳାଫଳ ପ୍ରକାଶ ପାଇନାହିଁ ସେଠାରେ ବିରୋଧର ସମ୍ମୁଖୀନ ହୁଅନ୍ତୁ। ଠିକ୍ ସମୟରେ ଫଳାଫଳ ଘୋଷଣା କରିବାରେ ଇସିପି ନିଜର ସାମ୍ବିଧାନିକ ଭୂମିକା ନିର୍ବାହ କରିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଗୁରୁବାର ହୋଇଥିବା ନିର୍ବାଚନରେ ନ୍ୟାସନାଲ ଆସେମ୍ବଲିରେ ୧୦୦ରୁ ଅଧିକ ଆସନରେ ବିଜୟୀ ହୋଇଛନ୍ତି। ତେବେ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଗଣତି ସରିନଥିବା ବେଳେ ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳରୁ ଲାଗୁଛି ଦେଶରେ ମେଣ୍ଟ ସରକାର ଗଠନ ହେବ। କିନ୍ତୁ ଉଭୟ ପିଟିଆଇ ଓ ପିଏମଏଲ୍ ନିଜ ନିଜର ବିଜୟ ଘୋଷଣା କରିଛନ୍ତି ।
[ad_2]