ଦେଶ- ବିଦେଶ

ହଲଦୱାନି ହିଂସା, ୫ ଗିରଫ, ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ – Kalinga News

[ad_1]

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହଲଦୱାନିର ବନଭୁଲପୁରାରେ ବେଆଇନ ମଦ୍ରାସା ଭାଙ୍ଗିବା ଘଟଣାକୁ ବିରୋଧ କରି ହୋଇଥିବା ହିଂସା ପୂର୍ବ ଯୋଜନାବଦ୍ଧ। କର୍ତ୍ତୃପକ୍ଷମାନେ ଉକ୍ତ ଘଟଣାରେ ୫ ଜଣଙ୍କୁ ଗିରଫ କରିଛନ୍ତି। ଘଟଣାରେ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ପ୍ରାୟ ୫ ହଜାର ଅଜଣା ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳରୁ କର୍ଫ୍ୟୁ ହଟିଛି। ରାଜ୍ୟ ଅତିରିକ୍ତ ଡିଜିପି ଏପି ଅଂଶୁମାନ କହିଛନ୍ତି, ହଲଦୱାନିରେ ସ୍ଥିତି ନିୟନ୍ତ୍ରଣରେ ରହିଛି। କର୍ଫ୍ୟୁ ହଟିଯାଇଛି। ତେବେ ବନଭୁଲପୁରାରେ କର୍ଫ୍ୟୁ ବଳବତ୍ତର ରହିଛି। ଏତଲା ରୁଜୁ ହୋଇଛି ଏବଂ ୫ ଜଣ ଗିରଫ ହୋଇଛନ୍ତି। ହିଂସାରେ ଅନେକ ପୁଲିସ ଅଫିସର ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ ଅନେକ ଲୋକଙ୍କୁ ହାଜତକୁ ନିଆଯାଇଛି। ନୈନିତାଲ ବରିଷ୍ଠ ଏସପି ପିଏନ୍ ମିନା କହିଛନ୍ତି, ଉକ୍ତ ଘଟଣାରେ ୩ଟି ମାମଲା ରୁଜୁ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button