ଭାରତୀୟ ପାଇଲେଟଙ୍କୁ ଛାଡିବା ପାଇଁ ପାକିସ୍ତାନ ରଖିଲା ସର୍ତ୍ତ ! ଜାଣନ୍ତୁ କି ସର୍ତ୍ତ ରଖିଛି ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିବା ପାଇଁ

ଯେତେବେଳେ ସମ୍ପୁର୍ଣ୍ଣ ଦେଶ ନିଜର ସାହସୀ ପାଇଲେଟ୍ ଙ୍କୁ ପାକିସ୍ତାନ କବଳରୁ ମୁକୁଳାଇବା ପାଇଁ ସରକାରଙ୍କୁ ଚାପ ପକାଉଛନ୍ତି ସେହି ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତୀୟ ପାଇଲେଟଙ୍କୁ ଛାଡିବା ଉପରେ ଏକ ସର୍ତ୍ତ ରଖିଛନ୍ତି । କ୍ୟୁରେସୀଙ୍କ କହିବାନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସାମାନ୍ୟ ହେବା ପରେ ହିଁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକୁଳାଇବା ଉପରେ ଅଧିକ ବିଚାର କରାଯିବ । ଶାହ୍ ମହମ୍ମୁଦ୍ କ୍ୟୁରେସୀଙ୍କ କହିବାନୁସାର , “ମୁଁ ଭାରତ ଏବଂ ଭାରତର ଜନତାଙ୍କୁ ଏହା କହିବାକୁ ଚାହେଁ ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ଏବଂ ଏଠାକାର ବାୟୁସେନା ମଧ୍ୟ ନିଜ ଦାୟିତ୍ୱ ଜାଣିଛି । ଆମେ ଜେନେଭା କନବେନସନ୍ ସହ ପରିଚିତ ଅଛୁ । ଆପଣଙ୍କୁ ଆମେ କହିରଖୁଛୁ କି ଆପଣଙ୍କ ପାଇଲେଟ୍ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କର ଯତ୍ନ ନିଆଯାଉଛି ।

କ୍ୟୁରେସୀ କହିଛନ୍ତି ଯେ ଭାରତୀୟ ପାଇଲେଟ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ସମ୍ପୁର୍ଣ୍ଣ ଧ୍ୟାନ ରଖାଯାଉଛି । ତାଙ୍କୁ ଯାହା ବି ଆବଶ୍ୟକ ତାଙ୍କୁ ସୁଚାରୁରୂପେ ଯୋଗାଇ ଦିଆଯାଉଛି । ଯଦି ପରିସ୍ଥିତିକୁ ଦେଖି ପାକିସ୍ତାନ ସରକାର ଯାହା ପଦକ୍ଷେପ ନେବେ ।”

କିନ୍ତୁ ପାକିସ୍ତାନ ଯେଭଳି ଭାବରେ ଆଘାତ ପାଇଲେଟଙ୍କ ଭିଡିଓକୁ ପ୍ରଚାରିତ କରୁଛି ତାହା ଜେନେଭା କନବେନସନ୍ ଏବଂ International Humanitarian Law ର ବିପକ୍ଷରେ ରହିଛି । ଭାରତ ପାକିସ୍ତାନକୁ ନିଜ ପାଇଲେଟକୁ ତୁରନ୍ତ ଛାଡିବା ଏବଂ କୌଣସି ଆଘାତ ନ କରିବା ପାଇଁ ମଧ୍ୟ କହିଛି ।




