ସ୍ୱାସ୍ଥ୍ୟ

ଥଣ୍ଡା (Cold Drink) ପିଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଥଣ୍ଡା ପିଇବା ପରେ କଣ ହୋଇଥାଏ। ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ ଯେକୌଣସି କୋଲଡ୍ରିଂକ୍ସ ହେଉ ଯେକୌଣସି କମ୍ପାନୀର ହେଉ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାର ବ୍ୟବହାର ଏତେ ବଢିଯାଇଛି ଯେ ଲୋକମାନେ ଯେଉଁଠାକୁ ବି ଯାଆନ୍ତୁ କୋଲଡ୍ରିଂକ୍ସ ନିଶ୍ଚୟ ପିଇଥାନ୍ତି। କିନ୍ତୁ କୋଲଡ୍ରିଂକ୍ସ ଭିତରେ କାର୍ବନାଟରୱାଟର ଆଣ୍ଟିଫିସିୟଲ କଲର ଚିନି ହାନିକାରକ ଏସିଡି ବହୁତ ପରିମାଣରେ ରହିଥାଏ। ଆଉ ତାହା ଆମ ଶରୀରରେ ବହୁତ ଅସୁବିଧା ହେବାର କାରଣ ହୋଇଥାଏ। ଏଣୁ ଆଜିର ଏହି ପୋଷ୍ଟରେ କୋଲଡ୍ରିଂକ୍ସ ପିଇବା ପରେ୧ଘଣ୍ଟା ମଧ୍ୟରେ ଆମ ଶରୀରରେ କଣ କଣ ହୋଇଥାଏ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି କି ଗୋଟେ ୩୫୦ml କୋଲଡ୍ରିଂକ୍ସରେ ପ୍ରାୟ ୩୫ ରୁ ୪୫ ଗ୍ରାମ ଚିନି ରହିଥାଏ। କୋଲଡ୍ରିଂକ୍ସ ପିଇବାର ୧୦ମିନିଟ ଭିତରେ ହିଁ ଆମ ଦେହରେ ଗ୍ଲୁକୋଚର ପରିମାଣ କେତେ ମାତ୍ରାରେ ବଢିଯାଇଥାଏ ଯେତିକି ଗ୍ଲୁକୋଚ୍ ଗୋଟିଏ ଦିନରେ ଦରକାର। କୋଲଡ୍ରିଂକ୍ସ ପିଇବାର ୨୦ ମିନିଟ ପରେ ଆମ ଶରୀରରେ ସୁଗାରର ମାତ୍ରା କ୍ଷିପ୍ର ଭାବରେ ବଢିଯାଇଥାଏ। ଯାହାକୁ ହଜମ କରିବା ପାଇଁ ଆମ ଶରୀରରେ ଇନ୍ସୟୁଲିନ ମଧ୍ୟ କ୍ଷିପ୍ର ଗତିରେ ବଢିଥାଏ। ଏକ ସମୟରେ ଏପରି ହେଉଥିବା କାରଣରୁ ଆମ ଲିଭର ଠିକ ଭାବରେ ଏହାକୁ ହ୍ୟାଣ୍ଡେଲ କରିପାରେ ନାହିଁ ଏବଂ ସୁଗାରର ମାତ୍ରା ଅଧିକ ବଢିବା କାରଣରୁ ଆମ ଶରୀର ସୁଗାରକୁ ହଜମ କରିବା ବଦଳରେ ଫ୍ୟାଟ ଚର୍ବିରେ ପରିଣତ କରିଦେଇଥାଏ।କୋଲଡ୍ରିଂକ୍ସରେ ସିଗାରେଟ ଚା ଏବଂ କଫି ଭଳି କ୍ୟାଫିନ ମଧ୍ୟ ରହିଛି। ଯାହା କୋଲଡ୍ରିଂକ୍ସ ପିଇବାର ୪୦ ମିନିଟ ପରେ ହିଁ ଅବଜର୍ଭ ହୋଇଯାଇଥାଏ। ଏହା ପିଇବା ଦ୍ୱାରା ନିଦ ଠିକରେ ନହେବା ସହିତ ଆମର ବ୍ଲଡ଼ପ୍ରେସର ମଧ୍ୟ ବଢିବାକୁ ଲାଗିଥାଏ। ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆମର ଲିଭର ଅଧିକ ମାତ୍ରାରେ ସୁଗାର ଛାଡ଼ିଥାଏ।

କୋଲଡ୍ରିଂକ୍ସ ପିଇବାର ୫୦ ମିନିଟ ଭିତରେ ହିଁ ବ୍ରେନକୁ ଖୁସି କରୁଥିବା କେମିକାଲ ଡୋପାମାଇନର ପରିମାଣ ବହୁ ମାତ୍ରାରେ ବଢିଯାଇଥାଏ। ଯାହା ଦ୍ୱାରା ଆମକୁ କୋଲଡ୍ରିଂକ୍ସ ପିଇବା ପରେ ଆମକୁ ଖୁସି ଅନୁଭବ ହୋଇଥାଏ ଏବଂ ଏହା ନିଶାଦ୍ରବ୍ୟ ପରି ଆମ ବ୍ରେନକୁ କୋଲଡ୍ରିଂକ୍ସ ପିଇବା ପାଇଁ ଅଭ୍ୟାସରେ ପରିଣତ କରିଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୋଲଡ୍ରିଂକ୍ସ ପିଇବାର ୬୦ ମିନିଟ ପରେ ହାଠାତ ୧ଘଣ୍ଟା ପରେ କୋଲଡ୍ରିଂକ୍ସ ସହିତ ଆମ ଶରୀରରୁ ଅନେକ ଜଳୀୟ ଅଂଶ ପରିଶ୍ରା ଆକାରରେ ବାହାରି ଯାଇଥାଏ। ଏବଂ ଏହା ଦ୍ବାରା ଆମର ହାଡ଼ ଏବଂ ମାଂସପେଶୀ ଗୁଡିକ କମଜୋର ହେବାକୁ ଲାଗିଥାନ୍ତି। ତେଣୁ ଆମକୁ ଥକା ଅନୁଭବ ହୋଇଥାଏ। ଥରେ ଭାବନ୍ତୁ ଆମେ ଯେଉଁ କୋଲଡ୍ରିଂକ୍ସକୁ ନିଜର ଶୋଷ ମେଣ୍ଟାଇବା ଏବଂ ଦେହର ଭଲ ପାଇଁ ପିଉଛନ୍ତି ତାହା ଆମ ଶରୀରକୁ କ୍ଷତି ପହଂଚାଉଛି। ଆପଣଙ୍କୁ ଜାଣିଲେ ହୁଏତ ଝଟକା ଲାଗିପାରେ କିନ୍ତୁ କୋଲଡ୍ରିଂକ୍ସ ତିଆରି କରିବା ପାଇଁ କୌଣସି ପ୍ରକାରର ଫଳର ବ୍ୟବହାର ହୋଇନଥାଏ। ଏଥିରେ ଏପରି କିଛି ନାହିଁ ଯାହା ଆମ ଶରୀରକୁ ଲାଭଦାୟକ ହୋଇପାରେ। ଏହା ପିଇବା ଦ୍ୱାରା ପେଟ ଥଣ୍ଡା ହେବା ପରିବର୍ତେ ଗରମ ହୋଇଯାଇଥାଏ। ଏବଂ ଡାଇବେଟିସ ହାର୍ଟଟାକ ଏବଂ ଏସିଡିଟି ଆଦି ରୋଗକୁ ଏହା ନିମନ୍ତ୍ରଣ କରିଥାଏ। ଯଦି କିଛି ପିଇବାକୁ ଇଛା ହୁଏ ତେବେ ଲସି ଘୋଳ ଦହି ଯୁସ ସର୍ବତ ଆଦି ପିଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button