ସ୍ୱାସ୍ଥ୍ୟ

ପ୍ରତ୍ୟେକଦିନ ଏହି ୫ଟି ଜିନିଷର ସେବନ କଲେ, ଦୂର ହୋଇଯିବ କୋଲେଷ୍ଟ୍ରୋଲ

କହିବାକୁ ଗଲେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ରହିଛି। ତାହା ହେଉଛି ଏଚଡ଼ିଏଲ ଏବଂ ଏଲଡ଼ିଏଲ। ଏଗୁଡ଼ିକ ଚର୍ବି ଏବଂ ପ୍ରୋଟିନକୁ ନେଇ ତିଆରି ହୋଇଥାଏ।ଆଜି ଆମେ ଆପଣଙ୍କୁ ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ ଏବଂ କମ କୋଲେଷ୍ଟ୍ରଲ ହେବାର କାରଣ ଏବଂ ଏହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ। ଉଚ୍ଚ ସାନ୍ଧ୍ରତା ଲିପୋପ୍ରୋଟେନକୁ ଏଚଡ଼ିଏଲ ଏବଂ ନିମ୍ନ ସାନ୍ଧ୍ରତା ଲିପୋପ୍ରୋଟେନକୁ ଏଲଡ଼ିଏଲ କୁହାଯାଏ। ଶରୀରରେ ଏହି ଲିପୋପ୍ରୋଟେନ ଗୁଡିକ ଚର୍ବି ଏବଂ ପ୍ରୋଟିନକୁ ନେଇ ତିଆରି ହୋଇଥାଏ।

ଭଲ କୋଲେଷ୍ଟ୍ରଲକୁ ଏଚଡିଏଲ କୁହାଯାଏ। କାରଣ ଏହା ଶରୀରରୁ ଅଧିକ ଖରାପ କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଶରୀରରେ ଖରାପ କୋଲେଷ୍ଟ୍ରଲ ହେଉଛି ଏଲଡ଼ିଏଲ।ଏହା ଧମନୀରେ କୋଲେଷ୍ଟ୍ରଲ ପରିବହନ କରିଥାଏ ଏବଂ ଶରୀରରୁ ନିଷ୍କାସିତ ନକରି ଏହା ଧମନୀ କାନ୍ଥରେ ସଂଗ୍ରହ କରିଥାଏ।

ଅଧିକ ଚର୍ବିଯୁକ୍ତ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ ଆଦିର ସେବନ କରିବା, ବ୍ୟାୟାମ ନକରିବା, ମେଦବହୁଳତା ଆଦି କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇ ଥାଏ। ଡାଇବେଟିସ ଏବଂ ଥାଇରଏଡ, କୋଲେଷ୍ଟ୍ରୋଲର ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏଗୁଡ଼ିକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ ଅଟେ। ନଚେତ ହୃଦଘାତ ହେବାର ସମ୍ଭାବନା ବଢ଼ି ଯାଇଥାଏ। କିଛି ଏପରି ଜିନିଷ ରହିଛି ଯାହାକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ, ଆସନ୍ତୁ ସେହି ବିଷୟରେ ଜାଣିବା।

୧/ ପ୍ରଥମରେ ହେଉଛି ରସୁଣ। ରସୁଣ ଭିତରେ ଅନେକ ଔଷଧୀୟ ଗୁଣ ରହିଛି। ସକାଳେ ଆପଣ ରସୁଣର ସେବନ କରନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ଅଟେ। ରସୁଣ ଶରୀରରେ କୋଲେଷ୍ଟ୍ରଲର ସ୍ତରକୁ ବଢିବାକୁ ଦେଇ ନଥାଏ ଏବଂ ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

୨/ ଦ୍ଵିତୀୟରେ ହେଉଛି ଓଟ୍ସ।ପ୍ରାୟତଃ ଓଟ୍ସକୁ ଲୋକେ ସକାଳର ଜଳଖିଆ ହିସାବରେ ଖାଇ ଥାଆନ୍ତି।ଓଟ୍ସ ରେ ଭିଟାମିନ, ଫାଇବର ଆଦି ରହିଥାଏ। ଏହି ଫାଇବର ଶରୀରର କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ତେଣୁ ଆପଣଙ୍କୁ ପ୍ରତ୍ୟେକଦିନ ଠିକ ସମୟରେ ଜଳଖିଆ ଖାଇବା ଉଚିତ।

୩/ ତୃତୀୟରେ ହେଉଛି ବାଦାମ। ଏହି ଦୁଇଟିରେ ମୋନୋସଚେରିଟ ଫ୍ୟାଟ ବହୁତ ଅଧିକ ମାତ୍ରାରେ ରହିଛି।ଏହାସହିତ ଏଥିରେ ଓମେଗା ଥ୍ରୀ ଫ୍ୟାଟ ମଧ୍ୟ ରହିଛି।ଏହାର ସେବନ କରିବା ଦ୍ଵାରା କ୍ରୋଲେଷ୍ଟ୍ରଲ ସ୍ତର କମି ଯାଇଥାଏ।

୪/ ଚତୁର୍ଥରେ ହେଉଛି ସବୁଜ ପନିପରିବା। ଶରୀର ସୁସ୍ଥ ରହିବା ପାଇଁ ପ୍ରତ୍ୟେକଦିନ ସବୁଜ ପନିପରିବା ସେବନ କରିବା ଉଚିତ। ପରିବା ମଧ୍ୟରେ ପାଳଙ୍ଗ ଶାଗ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ସେଥିରେ ପ୍ରୋଟିନ ଏବଂ କ୍ୟାରୋନିଟ ରହିଛି, ଯାହା ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏହାର ସେବନ କରିବା ଦ୍ଵାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ।

୫/ ପଞ୍ଚମରେ ହେଉଛି ସୋୟାବିନ। ପ୍ରତ୍ୟେକ ଲୋକଙ୍କ ଘରେ ସୋୟାବିନ ତରକାରୀ ହିସାବରେ ଖିଆ ଯାଇଥାଏ। ସୋୟାବିନରେ ପ୍ରୋଟିନ ଭରପୁର ପରିମାଣରେ ରହିଛି। ଏହା ଆମ ଶରୀର ପାଇଁ ଖୁବ୍ ଲାଭଦାୟକ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button