ସ୍ୱାସ୍ଥ୍ୟ

ରାତିରେ ଶୋଇବା ପୁର୍ବରୁ ଗୋଟିଏ ମାତ୍ର ଲବଙ୍ଗ ଖାଇ ଶୁଅନ୍ତୁ,ତା ପରେ ଦେଖିବେ କେମିତି ଫାଇଦା ମିଳିବ

ଆପଣମାନେ ଜାଣିଥିବେ କି ପ୍ରାୟତଃ ସମସ୍ତଙ୍କ ଘରେ ଲବଙ୍ଗ ମସଲା ଭାବରେ ବ୍ୟବହାର କରାଯାଇଥାଏ। ଏହା ଦେଖିବାକୁ କଳା ଅଟେ। ଏଥିରେ ଥିବା ଭିଟାମିନ ଆମ ଶରୀରର ସମସ୍ତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ।

ଅଧିକାଂଶ ଲୋକେ ଖାଦ୍ୟ ଖାଇ ସାରିବା ପରେ ଲବଙ୍ଗ ଖାଇଥାନ୍ତି। ଶୋଇବା ପୁର୍ବରୁ ଗୋଟିଏ ଲବଙ୍ଗ ସେବନ କରି ଶୋଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ, ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା।

ପ୍ରତ୍ୟେକ ଲୋକ ନିଜ ଖାଦ୍ୟ ପ୍ରତି ଧ୍ୟାନ ରଖିବା ସହିତ ସକାଳ ସମୟରେ ଦୌଡ଼ିବା, ଯୋଗ, ପ୍ରାଣାୟାମ ଆଦି କରିଥାନ୍ତି।କିଛି ଲୋକ ମାନେ ଦୌଡିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଯଦି ଆପଣମାନେ ସକାଳ ସମୟରେ ଦୌଡ଼ିବାକୁ ଯାଉଛନ୍ତି ଓ ଆପଣଙ୍କୁ ଗଳା ଶୁଖିଯିବା ଭଳି ଅନୁଭବ ହେଉଛି, ତାହେଲେ ଲବଙ୍ଗ ସେବନ କରନ୍ତୁ।

ଯଦି ଆପଣ ଦୂର ସ୍ଥାନକୁ ଦୌଡିବାକୁ ଯାଉଛନ୍ତି, ତାହେଲେ ଘରୁ ବାହାରିବା ପୂର୍ବରୁ ଗୋଟିଏ ଲବଙ୍ଗ ଚୋବେଇ ଯାଆନ୍ତୁ। ଏଭଳି କରିବା ଦ୍ୱାରା ଦୌଡ଼ିବା ପରେ ଆପଣ ଥକି ଯାଇଥିଲେ ମଧ୍ୟ ଆପଣଙ୍କ ଗଳା ଶୁଖିବ ନାହିଁ।

ଯଦି ଆପଣଙ୍କର ଅଧିକାଂଶ ସମୟରେ ଦାନ୍ତ ବିନ୍ଧା ସମସ୍ୟା ଦେଖା ଦେଉଛି, ତାହେଲେ ଲବଙ୍ଗ ପାଉଡର ବା ଲବଙ୍ଗ ତେଲ ଦାନ୍ତ ମୂଳରେ ଘଷନ୍ତୁ।ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା ଖୁବ୍ ଶୀଘ୍ର ଭଲ ହୋଇଯିବ। ଏହାସହିତ ପ୍ରତ୍ୟେକଦିନ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଲବଙ୍ଗର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତସଞ୍ଚାଳନ ଠିକ୍ ଭାବରେ ହେବା ସହିତ ମୂଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇ ଯାଇଥାଏ।

ଲବଙ୍ଗ ସେବନ କରିବା ଦ୍ଵାରା ଆମ ଶରୀର ସର୍ବଦା ସୁସ୍ଥ ରହିଥାଏ।ଏହାସହିତ ଲବଙ୍ଗକୁ ମସଲା ଭାବରେ ରୋଷେଇରେ ମଧ୍ୟ ବ୍ୟବହାର କରାଯାଏ, ଯାହାଦ୍ଵାରା ଖାଦ୍ୟ ଅଧିକ ସ୍ଵାଦିଷ୍ଟ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button