୫ ବର୍ଷର ଝିଅକୁ ମୁଥ ମାରି ହତ୍ୟା କଲା ବାପ; ଖଣ୍ଡବିଖଣ୍ଡ ଦେହାବଶେଷ ନେଇ ପହଞ୍ଚିଲା ରେସ୍ତୋରାଁରେ – Kalinga News

[ad_1]
ନ୍ୟୁୟର୍କ: ୫ ବର୍ଷୀୟା ଝିଅକୁ ମୁଥ ମାରି ହତ୍ୟା କରିବା ପରେ ଜଣେ ଆମେରିକୀୟ ବ୍ୟକ୍ତି ତା’ ଶବର କଟା ଅଙ୍ଗପ୍ରତ୍ୟଙ୍ଗ ନେଇ ନିଜେ କାମ କରୁଥିବା ରେସ୍ତୋରାଁକୁ ଯାଇଥିଲେ ବୋଲି ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରେ ଉଲ୍ଲେଖ ଅଛି, ନ୍ୟୁ ହାମ୍ସ୍ଫାୟାର୍ବାସୀ ଆଦାମ୍ ମଣ୍ଟଗୋମେରି ଝିଅର ଗଳିତ ଶବକୁ ଫିଙ୍ଗିବା ପୂର୍ବରୁ ଗୋଟାଏ ଟୋଟ୍ ବ୍ୟାଗ୍ରେ ଭର୍ତ୍ତି କରି କାମ କରୁଥିବା ରୋସ୍ତୋରାଁ ଓ ଅନ୍ୟାନ୍ୟ ସ୍ଥାନକୁ ନେଇ ଯାଉଥିଲେ। କିନ୍ତୁ, ସେ ଫିଙ୍ଗିଦେବା ପରେ ଝିଅ ଶବର ଆଉ ସନ୍ଧାନ ମିଳି ନ ଥିଲା।
ରେସ୍ତୋରାଁରେ ରୋଷେୟା ଓ ଅଇଁଠା ବାସନ ମଜାମଜି କାମ କରୁଥିବା ୩୪ ବର୍ଷିୟ ଆଦାମ୍ ମଣ୍ଟଗୋମେରି ଝିଅର ଶବକୁ ଖାଦ୍ୟ ରହୁଥିବା ଫ୍ରିଜ୍ ଭିତରେ ରଖୁଥିଲା ବୋଲି ଅଦାଲତରେ ପ୍ରୋସିକ୍ୟୁଟର୍ କ୍ରିଷ୍ଟୋଫର୍ ନୋଲେସ୍ କହିଛନ୍ତି।
୫ ବର୍ଷୀୟା ଝିଅ ହାର୍ମୋନି ୨୦୧୯ରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ ବି ୨ ବର୍ଷ ପରେ ପୁଲିସ ଏକଥା ଜାଣିବାକୁ ପାଇଥିଲା।
ଛାଡ଼ପତ୍ର ଦେଇଥିବା ଆଦାମଙ୍କ ସ୍ତ୍ରୀ କେଲା ମଣ୍ଟ୍ଗୋମେରି ପୁଲିସକୁ କହିଛନ୍ତି, ଝିଅଟି ଆମ ପାରିବାରିକ କାର୍ରେ ୨ ଥର ପରିସ୍ରା କରିପକାଇବାରୁ ଆଦାମ ତାକୁ ମୁଥ ମାରିଥିଲେ।

ସୂଚନାଯୋଗ୍ୟ, କୌଣସି କାରଣରୁ ବାସଭବନରୁ ବିତାଡ଼ିତ ହେବା ପରେ ଆଦାମ ସପରିବାର ତାଙ୍କ କାର୍ରେ ରହୁଥିଲେ।
ପ୍ରୋସିକ୍ୟୁଟର୍ କ୍ରିଷ୍ଟୋଫର୍ ନୋଲେସ୍ କହିଛନ୍ତି, ମୁଥ ମାଡ଼ ଖାଇ ଝିଅ ପଛ ସିଟ୍ରେ କାନ୍ଦୁଥିବା ବେଳେ ଆଦାମ କାର୍ ଚଳାଇବା ସହିତ ଭୋଜନ ଓ ଡ୍ରଗ୍ ସେବନ କରିଥିଲେ। କିଛି ବାଟ ଯିବା ପରେ କାର୍ ଖରାପ ହୋଇଯିବାରୁ ଦୁହେଁ ଦେଖିଲେ ଝିଅ ମରିଯାଇଛି। ତା’ପରେ ସେ ଝିଅର ଶବକୁ ଜଣେ ବନ୍ଧୁଙ୍କ କାର୍ ଟ୍ରଙ୍କ୍ରେ, ଶାଶୂଙ୍କ ଘରର କୁଲର୍ରେ, ଫ୍ରିଜର୍ରେ ଓ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରୟ ଗୃହର ସିଲିଙ୍ଗ୍ ଭେଣ୍ଟ୍ରେ ରଖିଥିଲେ।
ପରେ ସେ କରତଟିଏ କିଣି ଝିଅର ଶବ କାଟିବା ସହିତ କଟା ଶବକୁ ଯେମିତି କେହି ନ ପାଆନ୍ତି ସେ ବ୍ୟବସ୍ଥା କରିଥିଲେ। ତେଣୁ, ସେଥିପାଇଁ ସେ ଗୋଟାଏ ଟ୍ରକ୍ ଭଡ଼ା କରିଥିଲେ ଓ ଚଳନ୍ତା ଟ୍ରକ୍ରୁ ଖଣ୍ଡବିଖଣ୍ଡ ଶବର ଅଂଶ ସବୁ ଫିଙ୍ଗିଥିଲେ।
ଆଦାମଙ୍କୁ ୩୦ ବର୍ଷ ଓ ସ୍ତ୍ରୀ କେଲାଙ୍କୁ ୧୮ ମାସ ଜେଲ୍ ଦଣ୍ଡାଦେଶ ହୋଇଛି।
[ad_2]