କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅଙ୍କୁ ହତ୍ୟା କରିଥିବା ଯୁବକଙ୍କ ମା’ ଦେଲେ ଏଭଳି ପ୍ରତିକ୍ରିୟା… – Kalinga News

[ad_1]
ବେଙ୍ଗାଲୁରୁ: କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଫାୟାଜକୁ ପୁଲିସ ଗିରଫ କରି ଯାଞ୍ଚ ଆରମ୍ଭ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଗିରଫ ଫାୟାଜର ବାପା ସାହେବ ସୁବାନି ପୁଅର ଏଭଳି କାଣ୍ଡ ପାଇଁ ଉଚିତ ଦଣ୍ଡ ଦେବାକୁ ଅନୁରୋଧ କରିଥିବା ବେଳେ ମା’ମୁମତାଜ କହିଛନ୍ତି, ‘ମୁଁ ମୋର ପୁଅ ପାଇଁ କର୍ଣ୍ଣାଟକର ସମସ୍ତ ବାସିନ୍ଦାଙ୍କୁ କ୍ଷମା ମାଗୁଛି। ଝିଅ ନେହାର ବାପା ଓ ମା’ଙ୍କୁ ବି କ୍ଷମା ପ୍ରାର୍ଥନା କରୁଛି। ନେହା ମୋ ଝିଅ ଭଳି ଥିଲା। ଏ ଘଟଣା ତାର ପରିବାରକୁ ଯେତିକି କଷ୍ଟ ଦେଇଛି ମୋତେ ବି ସେତିକି ଦେଇଛି।
ନେହା ଓ ଫାୟାଜ ପରସ୍ପରକୁ ଭଲ ପାଉଥିଲେ। ଏହା ଏକତରଫା ପ୍ରେମ ନଥିଲା। ଫାୟାଜ ନେହାକୁ ବିବାହ ପାଇଁ ରାଜି ଥିଲା। କିନ୍ତୁ ନେହା କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ଥିଲା। ସେ ପାଠପଢ଼ି ଆଇଏଏସ ହେବାରୁ ସ୍ଥିର କରିଥିଲା। ଏକଥାକୁ ସେ ଫାୟାଜଙ୍କୁ ବି ଅନେକ ଥର ବୁଝାଇ କହିଥିଲା। କିନ୍ତୁ ପୁଅ ଯେ ଏମିତି ଏକ କାଣ୍ଡ କରିବ ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି।
ମୋ ପୁଅ ଫାୟାଜ ଯାହା କଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ। ଏଥିପାଇଁ ତାକୁ ନିଶ୍ଚିତ ଭାବେ ଦଣ୍ଡ ମିଳିବା ଉଚିତ। ସେ ଏମିତି କାମ କରି ଆମ ମୁଣ୍ଡ ତଳକୁ କରି ଦେଇଛି। କାହାକୁ ମୁହଁ ଉଠାଇ କଥା ହେବାର ସାହସ ମୋର ଆଉ ନାହିଁ। ଫୋନ ଉଠାଇଲାମାନେ ସମ୍ପର୍କୀୟମାନେ ମୋତେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ମୁଁ ସେମାନଙ୍କୁ ଉତ୍ତର ଦେଇ ପାରୁନାହିଁ।
୫ଦିନ ପୂର୍ବରୁ ଫାୟାଜ କହିଥିଲା ସେ ଘରେ ବସି ବ୍ୟସ୍ତ ହୋଇଗଲାଣି ଚାକିରି ଖୋଜିବାକୁ ଯାଉଛି। ଏହାପରେ ଜଣେ ସମ୍ପର୍କୀୟ ମୋତେ ଫୋନ କରି ଟିଭି ଲଗାଇବାକୁ କହିଥିଲେ। ଟିଭିରେ ଫାୟାଜ ନେହାକୁ ହତ୍ୟା କରିଥିବା ଖବର ଶୁଣି ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ମୁଁ ଟିଭିକୁ ସେମିତି ଚାହିଁ ରହିଥିଲି। କ’ଣ ହୋଇଗଲା କିଛି ବୁଝି ପାରୁ ନଥିଲି।’
[ad_2]