ଅପରାଧ

ନିଶାସକ୍ତ ଚାଳକ ଗିରଫ: ଚେକିଂରେ ଧରାପଡ଼ିଲା କଟକ ଏଡିଏମ୍‌ଙ୍କ ଗାଡ଼ି – Kalinga News

[ad_1]

ପ୍ରାଶାସନିକ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠିଲା

ଭୁବନେଶ୍ବର: ଗତକାଲି ରାତିରେ ଚନ୍ଦ୍ରଶେଖରପୁର ପୁଲିସ ବ୍ଲକିଂ ଓ ଚେକିଂ କରୁଥିବା ବେଳେ କଟକ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା ଗାଡ଼ିଟି ଧରାପଡ଼ିଛି। ଗାଡ଼ି ଚାଳକ ତଥା ମାଲିକ ଦିନେଶ ମହାପାତ୍ର ନିଶାସକ୍ତ ଅବସ୍ଥାରେ ଥିବା ପ୍ରମାଣିତ ହେବା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ ପରେ ୪୧ ନୋଟିସ୍‌ରେ ଥାନାରୁ ଜାମିନ ଦେଇଥିଲା। ସମ୍ପ୍ରତି ନିର୍ବାଚନ କାର୍ଯ୍ୟରେ ଏଡିଏମ୍‌ ବ୍ୟବହାର କରୁଥିବା କାର୍‌ଟି ଏଭଳି ଅବସ୍ଥାରେ ଜବତ ହେବା ଓ ଚାଳକ ଗିରଫ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ହୋଲି ପାଇଁ ଏଡିଏମ୍‌ ଛୁଟିରେ ଅଛନ୍ତି। କିନ୍ତୁ ଚାଳକ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ବେପରୱା ଓ ବେଆଇନ ଭାବେ ରାସ୍ତାରେ ଧରି ବୁଲିବା ଭଳି ଘଟଣା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇଛି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ରେଳସଦନ ନିକଟରେ ବ୍ଲକିଂ, ଚେକିଂ କରୁଥିଲା। ଏତିକି ବେଳେ (ଓଡି ୦୨-ସିଇ-୫୬୫୨) ନମ୍ବର ଲେଖାଥିବା କାର୍‌ଟିକୁ ପୁଲିସ ଟିମ୍‌ ଅଟକାଇଥିଲା। ଗାଡ଼ିରେ କଟକ ଅତିରିକ୍ତ ଜିଲ୍ଲାପାଳ ଲେଖାଥିବା ପ୍ଲେଟ୍‌ ଲାଗିଥିଲେ ବି ଚାଳକଙ୍କ ବେପରୱା ଚାଳନା ପାଇଁ ପୁଲିସ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରେ ଚାଳକଙ୍କୁ ମିଶାଇ ୪ ଜଣ ଥିଲେ। ୨ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ଚାଳକ ନିଶାସକ୍ତ ଥିବା ସନ୍ଦେହ କରି ପୁଲିସ ତାଙ୍କୁ ଯାଞ୍ଚ କରିବା ଲାଗି ଗାଡ଼ିରୁ ଓହ୍ଲାଇବାକୁ କହିଥିଲା। କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ବୋଲି କହି ଚାଳକ ଦିନେଶ ଓ ଅନ୍ୟମାନେ ପାଲଟା ଧମକ ଦେଇଥିଲେ। ସେମାନଙ୍କ ତାଉ ଦେଖି ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ କିନ୍ତୁ ପଛଘୁଞ୍ଚା ଦେଇନଥିଲେ। କଥା କଟାକଟି ହେବାରୁ ଘଟଣାସ୍ଥଳକୁ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଆସିଥିଲେ। ଶେଷରେ ଚାଳକ ଦିନେଶଙ୍କର ବ୍ରିଥ୍‌ ଆନାଲାଇଜର୍‌ ଟେଷ୍ଟ ନିଆଯାଇଥିଲା ଏବଂ ସେ ନିଶାସକ୍ତ ଥିବା ପ୍ରମାଣ ମିଳିଥିଲା। ତେଣୁ ପୁଲିସ ନିୟମାନୁସାରେ ଫୌଜଦାରୀ ମାମଲା ରୁଜୁ କରି ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲା। ଦିନେଶଙ୍କ ବିରୋଧରେ ବେପରୁଆ ଗାଡ଼ି ଚାଳନା ପାଇଁ ଭାରତୀୟ ପିଙ୍ଗଳ କୋଡ୍‌ ଦଫା ୨୭୯, ନିଶା ଖାଇ ଗାଡ଼ି ଚଳାଉଥିବାରୁ ଅନ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଦଫା ୩୩୬ ଏବଂ ମୋଟର ଭେହିକିଲ୍‌ ଆକ୍‌ଟ ୧୮୫ରେ ମାମଲା ରୁଜୁ ହୋଇଛି।

କଟକ ଅତିରିକ୍ତ ଜିଲ୍ଲାପାଳ ଓ ଓଡ଼ିଶା ସରକାର ଲେଖାଥିବା ପ୍ଲେଟ୍‌ ଲାଗିଥିଲେ ବି ପ୍ରଥମେ ପୁଲିସ ଏହା ଏକ ଜାଲି ପ୍ଲେଟ୍‌ ବୋଲି ଧରିନେଇଥିଲା। ଦିନେଶ ଏଭଳି ପ୍ଲେଟ୍‌ ଲଗାଇ ପୁଲିସକୁ ଚକ୍‌ମା ଦେଉଛି ବୋଲି ପୁଲିସ ଭାବିଥିଲା। କିନ୍ତୁ ଖୋଳତାଡ଼ ପରେ ଅସଲ ଚିତ୍ର ପଦାକୁ ଆସିଥିଲା। କଟକ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ ଏହି ଗାଡ଼ି ବ୍ୟବହାର କରୁଥିବା ଜଣାପଡ଼ିଥିଲା। ଜିଲ୍ଲା ପ୍ରଶାସନ ଭଡ଼ା ସୂତ୍ରରେ ନେଇଥିବା ଏହି ଗାଡ଼ିକୁ ପୂର୍ବରୁ କଟକ ଜିଲ୍ଲାପାଳ ବ୍ୟବହାର କରୁଥିଲେ। ଗତ କିଛି ଦିନ ହେଲା ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତଙ୍କୁ ଦିଆଯାଇଛି। ଏବେ ଶ୍ରୀ ମହାନ୍ତ ନିର୍ବାଚନ ପରିଚାଳନା କାମରେ ଏହି ଗାଡ଼ିକୁ ବ୍ୟବହାର କରୁଛନ୍ତି। ଏନେଇ ଶ୍ରୀ ମହାନ୍ତ ମଧ୍ୟ ସ୍ପଷ୍ଟ କରିଛନ୍ତି। କିନ୍ତୁ ଗାଡ଼ି କିଭଳି କଟକରୁ ଭୁବନେଶ୍ବର ଗଲା, ସେନେଇ ସେ କିଛି କହିପାରିବେ ନାହିଁ ବୋଲି ଶ୍ରୀ ମହାନ୍ତ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଏଭଳି ଚେକିଂ ବେଳେ ୫୭ଟି ଗାଡ଼ି ଜବତ ହୋଇଛି ଏବଂ ସେଥିରୁ ଅଧିକାଂଶ ଦାମୀ ଗାଡ଼ି ବୋଲି ପୁଲିସ ସୂଚନା ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button