ରାଜନୀତି

୮ ସାଂସଦଙ୍କ ସହ ମଜା କଲେ ପ୍ରଧାନମନ୍ତ୍ରୀ, ଚାଲନ୍ତୁ ଆପଣମାନେ ଦଣ୍ଡିତ ହେବେ – Kalinga News

[ad_1]

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗମ୍ଭୀରତାପୂର୍ଣ୍ଣ ବକ୍ତବ୍ୟକୁ ନେଇ ଯେତିକି ଚର୍ଚ୍ଚା ହୋଇଥାଏ ସେତିକି ତାଙ୍କର ହାସ୍ୟପୂର୍ଣ୍ଣ ବ୍ୟବହାର ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ଯୋଗାଇଥାଏ। ଆଜି ନୂତନ ସଂସଦ ଭବନରେ ଏଭଳି ଏକ ଘଟଣା ଘଟିଛି। ବିଭିନ୍ନ ଦଳର ୮ଜଣ ସାଂସଦଙ୍କୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ମଜାଳିଆ ବ୍ୟବହାର ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ଅପରାହ୍‌ଣରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ଜଣ ସାଂସଦଙ୍କୁ ନିମନ୍ତ୍ରଣ ଆସିଥିଲା। ୮ ଜଣ ସାଂସଦ ଏଭଳି ଅଚାନକ ନିମନ୍ତ୍ରଣରେ ଚକିତ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ଯାଏଁ ଅନେକ କଳ୍ପନାଜଳ୍ପନା କରିଚାଲିଥିଲେ। ଯେତେବେଳେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲେ ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ‘ଚଲିଏ, ଆପକୋ ଏକ ପନିସ୍‌ମେଣ୍ଟ ଦେନା ହୈ’(ଚାଲନ୍ତୁ ଆପଣଙ୍କୁ ଏକ ଦଣ୍ଡ ଦେବାର ଅଛି ) ।

ଏଥିରେ ସାଂସଦଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଅତି ସନ୍ତର୍ପଣରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ପଛରେ ଚାଲିଥିଲେ। ତେବେ ଯେତେବେଳେ ଲିଫ୍ଟର ଦ୍ବାର କ୍ୟାଣ୍ଟିନ୍‌ ଠାରେ ଖୋଲିଲା ସାଂସଦମାନେ ଜାଣିପାରିଲେ ଯେ ମାମଲାଟି କ’ଣ । କ୍ୟାଣ୍ଟିନ୍‌ରେ ମୋଦୀ ସାଂସଦଙ୍କ ସହ ବସି ଖାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସାଂସଦମାନେ ହେଲେ ହୀନା ଗାଭିତ, ଏସ୍‌ ଫାଙ୍ଗ୍‌ନୋନ୍‌ କୋନ୍‌ୟାକ୍‌, ଜାମୟାଂ ସେରିଙ୍ଗ୍‌ ନାମଗାୟଲ, ଏଲ୍‌ ମୁରୁଗାନ୍‌, ଟିଡିପିର ରାମମୋହନ ନାଇଡ଼ୁ, ବିଏସ୍‌ପିର ରୀତେଶ ପାଣ୍ଡେ, କେରଳର ଆର୍‌ଏସ୍‌ପି ସାଂସଦ ଏନ୍‌ ପ୍ରେମଚନ୍ଦ୍ରନ ଏବଂ ବିଜେଡିର ସସ୍ମିତ ପାତ୍ର। ସମସ୍ତ ସାଂସଦ ଏହି କଥା ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button