ରାଜନୀତି

ଶଙ୍ଖ ଭବନ ଆଗରେ ସମର୍ଥକଙ୍କ ନାରାବାଜି: ଚିଲିକାରେ ରଘୁ ସାହୁଙ୍କୁ ଟିକେଟ୍‌ ଦେବାକୁ ଦାବି – Kalinga News

[ad_1]

ଭୁବନେଶ୍ବର: ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ପୁନର୍ବାର ଟିକେଟ୍‌ ଦେବାକୁ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଆଜି ସେମାନେ ଶଙ୍ଖ ଭବନ ସାମ୍ନାରେ ତାଙ୍କର ଶତାଧିକ ସମର୍ଥକ ଏକାଠି ହୋଇ ରଘୁଙ୍କ ସମର୍ଥନରେ ନାରାବାଜି କରିଥିଲେ। ଏହା ପରେ ତିନି ଜଣ ସମର୍ଥକଙ୍କୁ ନବୀନ ନିବାସ ଡାକରା ଆସିଥିଲା। ସେଠାକୁ ‌ଯାଇ ସେମାନେ ଆଲୋଚନା କରିଥିଲେ। ତେବେ ଆଲୋଚନାର ନିଷ୍କର୍ସ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି। ବିଜେଡି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ରଖାଯାଇନି।

୨୦୧୯ରେ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଟିକେଟ୍‌ରେ ସେଠାରୁ ପ୍ରାର୍ଥୀ ହୋଇ ଜିତିଥିଲେ। ପରେ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ। କିଛି ଦିନ ତଳେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏଥର ଚିଲିକାରେ କିଏ ପ୍ରାର୍ଥୀ ହେବ, ତାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା ବେଳେ ଗତ ସୋମବାର ଦିନ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା ‌ହୋଇଥିଲା। ସେଠାରେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଡକାଯାଇଥିଲା। ଏହା ପରେ ଶ୍ରୀ ପାଟ୍ଟଶାଣୀଙ୍କୁ ଚିଲିକାରେ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଲା। ଚିଲିକାରେ ପ୍ରାର୍ଥୀ ହେବାକୁ ଅନ୍ୟତମ ଦାବିଦାର ଥିବା ରଘୁ ସାହୁଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ୨୦୦୯ରେ ବିଜେଡି ଟିକେଟ୍‌ରେ ଚିଲିକାରୁ ଜିତିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button