ରାଜନୀତି

ଆଗାମୀ ୬ ତାରିଖରେ ଓଡ଼ିଶାରେ ପହଞ୍ଚିବେ ରାହୁଲ, ୨୦୦ କିଲୋମିଟର କରିବେ ପଦଯାତ୍ରା – Kalinga News

[ad_1]

ଭୁବନେଶ୍ବର: ଆଗାମୀ ୬ ତାରିଖରେ ଭାରତ ଯୋଡ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ନ୍ୟାୟ ଯୋଡ ଯାତ୍ରା ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ରାହୁଲ ଓଡ଼ିଶାରେ ପହଞ୍ଚି ସୁନ୍ଦରଗଡ଼ରେ ରୋଡ୍‌ ସୋ’ କରିବେ। ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର ଅଛି। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ।

ସେ ବେଦବ୍ୟାସ ଠାରେ ରାତ୍ରି ଯାପନ କରିବେ। ୭ ତାରିଖ ସକାଳେ ରାଉରକେଲା, ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା ହେବ। ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ। ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ।

ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ଭୁବନେଶ୍ୱରରେ ଅଛି। ଏହାସହ ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ ଓ ଆବାହାକ ଭାବେ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସବୁ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button