ଇମ୍ରାନ୍ ସୁନାମି, କିନ୍ତୁ ନୱାଜ ସରକାର! ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଗୁଆ – Kalinga News
[ad_1]
ସେନାର ଜାଲିଆତିକୁ ରୋକୁଛନ୍ତି ଜନତା, ମେଣ୍ଟ ସରକାର ପାଇଁ ନୱାଜଙ୍କ ଆହ୍ବାନ
ଇସଲାମାବାଦ: ପାକିସ୍ତାନ ସଂସଦୀୟ ନିର୍ବାଚନର ଫଳାଫଳ ଘୋଷଣାରେ ଅହେତୁକ ବିଳମ୍ବ ହେଉଥିବା ବେଳେ ଆଜି ରାତି ସୁଦ୍ଧା ମିଳିଥିବା ଫଳାଫଳରୁ କେଉଁ ଦଳ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇପାରିନାହିଁ। ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଅଧିକାଂଶ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତେବେ ଏହା ସତ୍ତ୍ବେ ପିଏମ୍ଏଲ୍-ଏନ୍ ନେତା ନୱାଜ ସରିଫ୍ ବିଜୟ ଭାଷଣ ଦେଇ ମେଣ୍ଟ ସରକାର ପାଇଁ ଆହ୍ବାନ ଦେଇଛନ୍ତି । ସେନାର ସମର୍ଥନରେ ନୱାଜ ଏଭଳି କରୁଛନ୍ତି ଏବଂ ଏହାକୁ ଜନତା ବରଦାସ୍ତ କରିବେ ନାହିଁ ବୋଲି ପିଟିଆଇ ନେତାମାନେ କହିଛନ୍ତି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୩୯ଟି ନ୍ୟାସନାଲ ଆସେମ୍ବଲି ଫଳାଫଳ ମଧ୍ୟରୁ ୮୯ଟିରେ ବିଜୟୀ ହୋଇଛନ୍ତି। ଗୁରୁବାର ସାଧାରଣ ନିର୍ବାଚନ ପରେ ପାକିସ୍ତାନରେ ଏବେ ବି ଭୋଟ୍ ଗଣତି ଚାଲିଛି, ଯେଉଁଥିରେ ଜାଲିଆତି, ବିକ୍ଷିପ୍ତ ହିଂସା ଏବଂ ଦେଶବ୍ୟାପୀ ମୋବାଇଲ୍ ଫୋନ୍ ଅଚଳ ଅଭିଯୋଗ ଆସିଛି। ପାକ୍ ସେନା ଭୋଟ୍ ଗଣତିରେ ଜାଲିଆତି କରି ନୱାଜ ସରିଫ୍ଙ୍କ ପିଏମ୍ଏଲ୍-ଏନ୍କୁ ଜିତାଇବାକୁ ସବୁ ପ୍ରୟାସ କରୁଥିବା ଅଭିଯୋଗ ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ମଇଦାନରେ ୧୦ରୁ ଅଧିକ ଦଳ ଥିଲେ ମଧ୍ୟ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ), ଯାହାର ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ପୂର୍ବରୁ ତିନିଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଏବଂ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ହୋଇଥିଲା। ସରକାର ଗଢ଼ିବାକୁ ହେଲେ ନ୍ୟାସନାଲ ଆସେମ୍ବଲିରେ ଗୋଟିଏ ଦଳକୁ ୨୬୫ ଆସନରୁ ୧୩୩ଟି ଆସନ ଜିତିବାକୁ ପଡ଼ିବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ସ୍ଥାନକୁ ମିଶାଇ ମୋଟ ୩୩୬ଟି ଆସନରୁ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ମୋଟ ୧୬୯ଟି ଆସନର ଆବଶ୍ୟକତା ରହିଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ର ତଥ୍ୟ ଅନୁଯାୟୀ ୨୧୦ଟି ନିର୍ବାଚନ ମଣ୍ଡଳୀର ଫଳାଫଳ ପ୍ରକାଶ ପାଇଛି, ଯେଉଁଥିରେ ବିଜୟୀଙ୍କ ମଧ୍ୟରେ ୮୯ ଜଣ ସ୍ୱାଧୀନ (ପିଟିଆଇ ସମର୍ଥିତ), ପିଏମ୍ଏଲ୍-ଏନ୍ର ୬୦, ପିପିପିର ୪୭ ଏବଂ ଛୋଟ ଦଳକୁ ଯାଉଥିବା ଅନ୍ୟାନ୍ୟ ଆସନ ରହିଛି। ପାକିସ୍ତାନ କର୍ତ୍ତୃପକ୍ଷ ନିର୍ବାଚନ ଫଳାଫଳ ଘୋଷଣାରେ ବିଳମ୍ବ କରୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ପିଟିଆଇର ଜନାଦେଶ ଚୋରି ହେଉଛି ବୋଲି ଅଭିଯୋଗ ପରେ ହଜାର ହଜାର ଜନତା ବିଭିନ୍ନ ସ୍ଥାନରେ ଗଣତି କେନ୍ଦ୍ରଗୁଡ଼ିକୁ ଘେରି ରହିଥିଲେ। ଏହାପରେ ନିର୍ବାଚନ କମିସନ ଦ୍ରୁତ ଗତିରେ ଫଳାଫଳ ଜାରି କରିବା ଆରମ୍ଭ କରିଥିଲା। କ୍ରିକେଟରରୁ ରାଜନେତା ପାଲଟିଥିବା ୭୧ ବର୍ଷୀୟ ଇମ୍ରାନଙ୍କୁ ଜେଲରେ ରଖାଯାଇଛି ଏବଂ ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଛି। ପିଟିଆଇ ପ୍ରାର୍ଥୀମାନେ ଦଳୀୟ ଚିହ୍ନ- କ୍ରିକେଟ୍ ବ୍ୟାଟ୍ ବ୍ୟବହାର କରିବାକୁ ଅନୁମତି ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ, ତାଙ୍କ ସାନ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ତାଙ୍କ ପୁଅ ହମଜା ଶେହବାଜ ଏବଂ ସରିଫଙ୍କ ଝିଅ ମରିୟମ ନୱାଜ ବିଜୟୀ ହୋଇଛନ୍ତି। ପରିବାରର ଚାରିଜଣ ସଦସ୍ୟ ସେମାନଙ୍କ ଘର ଓ ଦଳର ଗଡ଼ ଲାହୋରରୁ ବିଜୟ ହାସଲ କରିଛନ୍ତି। ପିଟିଆଇ ନେତା ଗୋହର ଅଲ୍ଲୀ ଖାନ୍ ଖାଇବର-ପଖ୍ତୁନଖ୍ବା ବୁନେର ଅଞ୍ଚଳର ଏନ୍ଏ-୧୦ରେ ବିଜୟୀ ହୋଇଛନ୍ତି। ପିଟିଆଇର ପୂର୍ବତନ ବାଚସ୍ପତି ନ୍ୟାସନାଲ ଆସେମ୍ବଲି ଅସଦ କୈସର ମଧ୍ୟ ବିଜୟୀ ହୋଇଛନ୍ତି। ପିପିପି ନେତା ଆସିଫ୍ ଅଲ୍ଲୀ ଜର୍ଦାରୀ ଏବଂ ତାଙ୍କ ପୁଅ ପାର୍ଟି ମୁଖ୍ୟ ବିଲାୱାଲ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଆଗୁଆ ଅଛନ୍ତି।
[ad_2]