ରାଜନୀତି

ରୋଚକ ହେଉଛି କୋରେଇ ରାଜନୀତି: ଝିଲିକ୍‌ଙ୍କୁ ପ୍ରାର୍ଥୀ କରିବାକୁ ଦାବି ଉଠିଲା – Kalinga News

[ad_1]

ବ୍ୟାସନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନମଣ୍ଡଳୀର ରାଜନୀତି ‌ରୋଚକ ହେବାରେ ଲାଗିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) କିମ୍ବା ତାଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିବା ବେଳେ ଆଜି ଆଉ ଏକ ଗୋଷ୍ଠୀ ପ୍ରୀତିରଞ୍ଜନଙ୍କ ଅଭିନେତ୍ରୀ ପତ୍ନୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ସବୁଠୁ ବଡ଼କଥା ହେଉଛି, ଝିଲିକ୍‌ ମଧ୍ୟ ସୁଯୋଗ ମିଳିଲେ କୋରେଇବାସୀଙ୍କ ସେବା କରିବେ କହି ପ୍ରାର୍ଥୀ ହେବାକୁ ସବୁଜସଙ୍କେତ ଦେଇଛନ୍ତି।

ଯଦି ଝିଲିକ୍‌ ପ୍ରାର୍ଥୀ ହୁଅନ୍ତି, ତା’ହେଲେ କୋରେଇ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଲଢ଼େଇ ଦେଖିବ ବୋଲି ଚର୍ଚ୍ଚା ହେଉଛି। କୋରେଇ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ବିଧାୟକ ଅଶୋକ ବଳ ପ୍ରାର୍ଥୀ ହେବେ କି ନାହିଁ, ତାହାକୁ ନେଇ ମଧ୍ୟ ଏଯାବତ୍‌ କୌଣସି ସ୍ପଷ୍ଟଚିତ୍ର ମିଳିନାହିଁ। ଏପରିସ୍ଥଳେ କିଛିଦିନ ତଳେ କେତେକ ବିଜେଡି କର୍ମୀ ବବିଙ୍କ ଯାଜପୁରଟାଉନସ୍ଥିତ ବାସଭବନରେ ଏକାଠି ହୋଇ ଭବପ୍ରସାଦଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ଏହାପରେ ଦଳର ଅନ୍ୟ ଏକ ଗୋଷ୍ଠୀ ସମ୍ବାଦିକ ସମ୍ମିଳନୀ କରି ବବିଙ୍କ ପରିବାରବାଦ ରାଜନୀତିକୁ ବିରୋଧ କରିଥିଲେ। ତେବେ, ସେମାନଙ୍କୁ ଅଣବିଜେଡି କହି ବବିଙ୍କ ସମର୍ଥକ ଗୋଷ୍ଠୀ ପ୍ରସଙ୍ଗକୁ ଏଡ଼ାଇବାକୁ ଉଦ୍ୟମ କରିଥିଲେ।

ଆଜି ମଧ୍ୟାହ୍ନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ବହୁ ବିଜେଡି କର୍ମୀ ବ୍ୟାସନଗର ସହର ଧବଳଗିରିସ୍ଥିତ ପ୍ରଫୁଲ୍ଲ ଘଡ଼େଇଙ୍କ ବାସଭବନରେ ପହଞ୍ଚି ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ବିଜେଡି କର୍ମୀ ଝିଲିକ୍‌ଙ୍କୁ ପ୍ରାର୍ଥୀ ହେବାକୁ ମନାଇବାରେ ମଧ୍ୟ ସଫଳ ହୋଇଥିଲେ। ଏହାପରେ ଝିଲିକ୍‌ ଗଣମାଧ୍ୟମକୁ କହିଥିଲେ, ତାଙ୍କ ସ୍ୱାମୀ କୋରେଇର ବିଧାୟକ ଥିବାବେଳେ ଏଠାକାର ବିକାଶ ପାଇଁ ଯୋଜନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଲେ ସେ ତାଙ୍କ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିପାରିବେ। କୋରେଇ ମାଟିର ବୋହୂ ଭାବେ ଲୋକଙ୍କ ସେବା କରିବେ ବୋଲି କହିଥିଲେ। ଏହି ଘଟଣା ଅାଜି କୋରେଇ ତଥା ଯାଜପୁର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button