ଖେଳ ଖବର

ରଣଜୀ ଟ୍ରଫି: ରାଜେଶଙ୍କ ଓଡ଼ିଶା କୀର୍ତ୍ତିମାନ, ଦ୍ରୁତତମ ୧୦୦ ୱିକେଟ୍ ପୂର୍ଣ୍ଣ – Kalinga News

[ad_1]

ଭୁବନେଶ୍ବର: ମାତ୍ର ୫ଟି ରଣଜୀ ଋତୁରେ ୧୦୦ ୱିକେଟ୍‌ ମାଇଲଖୁଣ୍ଟ ଅତିକ୍ରମ କରି ରା‌ଜେଶ ମହାନ୍ତି ରାଜ୍ୟ କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡ଼ିଶା ଖେଳାଳି ଭାବେ ସେ ଦ୍ରୁତତମ ୧୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ରାଜେଶ ନିଜ ୨୪ତମ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି ରେକର୍ଡକୁ କିନ୍ତୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ। ବାରବାଟୀରେ ଚାଲିଥିବା ପୁଡୁଚେରୀ ବିପକ୍ଷ ରଣଜୀ ମୁକାବିଲାର ଦ୍ବିତୀୟ ଦିବସରେ ପ୍ରାରମ୍ଭିକ ବ୍ୟାଟର୍ ଆକାଶ କରଗା‌ଭେଙ୍କୁ ବୋଲ୍ଡ କରି ୨୩ ବର୍ଷୀୟ ‌ରାଜେଶ ତାଙ୍କ ଶତକୀୟ ଶିକାର କରିଥିଲେ। ବିଗତ ୨ ମ୍ୟାଚ୍‌ରେ ୩ ଥର ୫ ୱିକେଟ୍‌ ସଫଳତା ପାଇଥିବା ଏହି ରାମେଶ୍ବର ସ୍ପୋର୍ଟିଂ ପ୍ରତିଭା ୨୪ତମ ମ୍ୟାଚ୍‌ ଶେଷ ପୂର୍ବରୁ ୧୦୧* ୱିକେଟ୍ ନେଇ ସାରିଛନ୍ତି। ମୋଟ ଉପରେ ରାଜେଶ ରାଜ୍ୟର ତ୍ରୟୋଦଶ ବୋଲର ଭାବେ ଏହି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଖେଳି ନଥିବା ପ୍ରଜ୍ଞାନ ଓଝାଙ୍କୁ ମିଶାଇଲେ (୧୦୮ ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌ରୁ ୪୨୪ ୱିକେଟ୍‌) ରାଜେଶ ୧୪ତମ ଖେଳାଳି ହେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button