ଅପରାଧ

ଚାକିରି‌ ମୋବାଇଲ ଚୋରି, ଦରମା ୨୫ ହଜାର ଟଙ୍କା – Kalinga News

[ad_1]

ଅହମଦାବାଦ: ଚୋରି କରିବାର ତରିକା ଦିନକୁ ଦିନ ବଦଳୁଛି। ଗୁଜରାଟର ଅହମଦାବାଦ ପୁଲିସ ଲୋକଲୋଚନକୁ ଆଣିଥିବା ଅଦ୍‌ଭୁତ ଚୋରି ସମ୍ବାଦ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ବ୍ୟକ୍ତି ଏଭଳି ଧୂର୍ତ୍ତ କାର୍ଯ୍ୟ କରି ଧରା ପଡ଼ିଛନ୍ତି। ସେମାନେ ମୋବାଇଲ ଫୋନ ଚୋରି କରିବା ପାଇଁ ଲୋକଙ୍କୁ ମାସିକ ୨୫ ହଜାର ଟଙ୍କା ଦରମା ଦେଉଥିଲେ। ଦରମାରେ ନିୟୋଜିତ ଚୋରମାନେ ମୋବାଇଲ ଫୋନ ଚୋରି କରି ଆଣିବା ପରେ ସେଗୁଡ଼ିକୁ ବାଂଲାଦେଶ ଓ ନେପାଳକୁ ପଠାଇ ଦିଆଯାଉଥିଲା। ସହରର ପୁଲିସ ଅବିନାଶ ମାହାତୋ (୧୯) ଏବଂ ଶ୍ୟାମ କୁର୍ମି (୨୬) ନାମ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନେ ସୁରଟର ବାସିନ୍ଦା। ସେମାନଙ୍କ ପାଖରୁ ପୁଲିସ ୫୮ଟି ମୋବାଇଲ ଫୋନ ଜବତ କରିଛି। ଏହାର ମୂଲ୍ୟ ୨୦.୬୦ ଲକ୍ଷ ଟଙ୍କା ବୋଲି ଜଣାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ଅବିନାଶ ଓ ଶ୍ୟାମ ଝାଡ଼ଖଣ୍ଡରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଅବିନାଶର ବଡ଼ଭାଇ ପିଣ୍ଟୁ ମାହାତୋ ଓ ଅନ୍ୟ ଜଣେ ରାହୁଲ ମାହାତୋ ଗୁଜରାଟରେ ମୋବାଇଲ ଚୋରି କାର୍ଯ୍ୟରେ ଲିପ୍ତ ଥିଲେ। ସେମାନେ ଚୋରି ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ଅନଲକ୍‌ କରି ତାହାକୁ ନେପାଳ ଓ ‌ବାଂଲାଦେଶକୁ ବିକ୍ରି ପାଇଁ ପଠାଉଥିଲେ। ରାହୁଲ ଓ ପିଣ୍ଟୁ ଉକ୍ତ ଚୋରି କାର୍ଯ୍ୟରେ ସହାୟତା କରିବାକୁ ଅବିନାଶ ଓ ଶ୍ୟାମକୁ କହିଥିଲେ। ଏଥିପାଇଁ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କାର ‌ଦରମା ଦିଆଯିବ ବୋଲି କୁହାଯାଇଥିଲା।

ସେମାନଙ୍କ ଚୋରିର ତରିକା ହେଲା ଭିଡ଼ ଭିତରକୁ ଦୁଇ ଜଣ ପ୍ରବେଶ କରୁଥିଲେ। ଜଣେ ଚୋରି କରୁ ତୁରନ୍ତ ମୋବାଇଲ ଫୋନକୁ ଅନ୍ୟ ଜଣକୁ ହସ୍ତାନ୍ତର କରୁଥିଲା। ଦ୍ବିତୀୟ ବ୍ୟକ୍ତିଜଣକ ସେହି ଫୋନକୁ ଦୂରରେ ବ୍ୟାଗ ଧରିଥିବା ବ୍ୟକ୍ତିକୁ ଦେଇ ପୁଣି ଭିଡ଼ ଭିତରକୁ ଆସି ଯାଉଥିଲା। ଯଦି ଜଣେ ଧରା ପଡ଼ିଲା ଅନ୍ୟମାନେ ସେଠାରୁ ଦୌଡ଼ି ପଳାଉଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button