ଅପରାଧ

ବିମାନବନ୍ଦରରେ ସନ୍ତାନ ପଡ଼ିଯିବା ସତ୍ତ୍ବେ ମା’ ରିଲ୍ସରେ ବ୍ୟସ୍ତ – Kalinga News

[ad_1]

ନୂଆଦିଲ୍ଲୀ: କିଛିବର୍ଷ ହେବ ରିଲ୍ସ ନିଶାରେ ପିଲାଠାରୁ ବୃଦ୍ଧ ସମସ୍ତେ ବାୟା। ତେବେ ଏହି ରିଲ୍ପ କରିବା ନିଶା ଲୋକଙ୍କୁ ଏତେ ବାୟା କରିଛି ‌ଯେ ସେମାନେ ଭିଡିଓ ରେକର୍ଡ କରୁଥିବା ବେଳେ ତାଙ୍କ ଆଖପାଖରେ କ’ଣ ଘଟୁଛି କିଛି ଜାଣି ପାରନ୍ତି ନାହିଁ। ଯେଉଁ କାରଣରୁ ସେମାନେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି। ଏହି ଦୁର୍ଘଟଣା ଅନେକଙ୍କ ଜୀବନ ନେଉଥିବା ବେଳେ ଆଉ କେତେକଙ୍କୁ ଗୁରୁତର ବି କରି ପକାଇଥାଏ। ତେଣୁ ରିଲ୍ସ କରିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି।

ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ରିଲ୍ସ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳାଙ୍କୁ ବିମାନବନ୍ଦରରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ସହିତ ଆସୁଥିବା ଶିଶୁ ଜଣକ ଝୁଣ୍ଟି ପଡ଼ି ଚଟାଣରେ ପଡ଼ି ଯାଉଛନ୍ତି। କିନ୍ତୁ ମା’ ତାଙ୍କ ରିଲ୍ଦ କରିବାରେ ବ୍ୟସ୍ତ ଅଛନ୍ତି।

 

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି କହିଛନ୍ତି, ‘ସମୟ ଥାଉଥାଉ ଏଭଳି ଅଭ୍ୟାସରୁ ଦୂ‌ରେଇ ଯାଆନ୍ତୁ। ବାହାର ସ୍ଥାନମାନଙ୍କରେ ରିଲ୍ସ ଛାଡ଼ି ପିଲାଙ୍କ ଉପରେ ଧ୍ୟାନ ଦିଅନ୍ତୁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button