ଆଇଏଏସ୍ ଅଧିକାରୀଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କ ହତ୍ୟା କଲେ ଲୁଟେରା – Kalinga News

[ad_1]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ସକାଳୁ କିଛି ଦୁର୍ବୃତ୍ତ ଏଠାକାର ଜଣେ ଆଇଏଏସ୍ ଅଧିକାରୀଙ୍କ ଘରେ ପଶି ଲୁଟ୍ କରିବା ସହ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆସି ଘର ଲୁଟିବା ବେଳେ ବିରୋଧ କରିଥିଲେ ଅଧିକାରୀଙ୍କ ପତ୍ନୀ। ତାପରେ ଲୁଟେରାମାନେ ଆସି ତାଙ୍କ ଗଳାରେ ଫାଶୀ ଲାଗାଇ ତାଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ପାଇବା ମାତ୍ରକେ ପୁଲିସ୍ ଯାଇ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ରାଏବରେଲି ସମେତ କେତେକ ଜିଲ୍ଲାରେ ଡିଏମ୍ ଏବଂ ଆହ୍ଲାବାଦ୍ରେ ଡିଭିଜିନାଲ୍ କମିସନର ଥିବା ୭୧ ବର୍ଷୀୟ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡିଏମ୍ ଦୁବେ ଲକ୍ଷ୍ନୌର ଇନ୍ଦିରାନଗର ଥାନାର ସେକ୍ଟର-୨୨ରେ ରହନ୍ତି।
ଶନିବାର ସକାଳୁ ଯେତେବେଳେ ସେ ଗଲ୍ଫ ଖେଳିକି ଫେରିକି ଆସିଲେ ତ ଘରେ ସବୁ ଜିନିଷ ଏପଟ ସେପଟ ହୋଇ ପଡ଼ିଥିଲା। ତା’ପରେ ସେ ତାଙ୍କ ପତ୍ନୀ ମୋହିନୀଙ୍କ ଗଳାରେ ଫାଶୀ ଲାଗିଥିବାର ଦେଖିବାକୁ ପାଇଥିଲେ। ତାପରେ ସେ ତୁରନ୍ତ ଏ ସଂପର୍କରେ ପୁଲିସ୍କୁ ସୂଚନା ଦେଇଥିଲେ।
ପୁଲିସ୍ ଆସିବା ସହ ଫରେନନ୍ସିକ୍ ଟିମ୍ ଓ କୁକୁରକୁ ବି ଘଟଣାସ୍ଥଳକୁ ଡକା ଯାଇଥିଲା। ପୁଲିସ୍ ଏବେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସ୍ଥାନୀୟ ଲୋକଙ୍କ ପୁଲିସ୍ ଟିମ୍ ପଚରାଉଚତା କରି ଘଟଣାର ଖୋଳତାଢ଼ କରୁଛନ୍ତି।
[ad_2]