ଗଳାକାଟି ନେଲି ପ୍ରେମିକାର ଜୀବନ, ଧୋକା ଦେବାର ଫଳ ପାଇଲା – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ପ୍ରେମରେ ଧୋକା ଖାଇବା ପରେ ସେ ତାର ପ୍ରେମିକାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୁଲିସ ଅଦନାନ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ବୁଲନ୍ଦସହର ନିକଟସ୍ଥ ଏକ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ କରିଥିଲା।
ପ୍ରାଥମିକ ତଦନ୍ତରୁ ପୁଲିସ ସ୍ଥାନୀୟ ଅଞ୍ଚଳର ଯୁବକ ଅଦନାନକୁ କାବୁ କରି ଥାନାକୁ ନେଇ ପଚରାଉଚରା କରିଥିଲା। ଅଦନାନ ବି ନିଜ ଦୋଷ ପୁଲିସ ସମ୍ମୁଖରେ ସ୍ବୀକାର କରିଥିଲା।
ଅଦନାନ ପୁଲିସକୁ ହସିହସି କହିଥିଲା, ‘ଅସମାନକୁ ମୁଁ ଖୁବ ଭଲ ପାଉଥିଲି। ମୋ ଜାଣିବାରେ ସେ ବି ମୋତେ ଭଲ ପାଉଥିଲା। କିଛିଦିନ ତଳେ ଫୋନ ଲଗାଇବାରୁ ତା ଫୋନ ସୁଇଜ ଅଫ କହିଥିଲା। ମୁଁ କାରଣ ପଚାରିବାରୁ ସେ କହିଥିଲା ଫୋନ ଖରାପ ହୋଇଯାଇଛି। ମୁଁ କରଜ କରି ତାକୁ ଏକ ନୂଆଫୋନ ଦେଇଥିଲି। ଏହାପରେ ଯେତେବେଳେ ବି ମୁଁ ତାହା ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ଫୋନ ବ୍ୟସ୍ତ କହିଥିଲା।
ମୋତେ ସନ୍ଦେହ ହୋଇଥିଲା। ହଠାତ ଦିନେ ତାକୁ ଦେଖା କରିବାକୁ ଡାକି ତାର ଫୋନର କଲ ଲିଷ୍ଟ ଦେଖିଲା ବେଳକୁ ଅନ୍ୟ ନମ୍ବର ସହ ସେ ଘଣ୍ଟାଘଣ୍ଟା ଧରି କଥା ହେଉଥିବା ଜାଣିବାକୁ ପାଇଲି। ମୋ ରାଗ ଉପରେ ନିୟନ୍ତ୍ରଣ ରହିଲା ନାହିଁ। ପାଖରେ ଥିବା ବ୍ଲେଡରେ ଅସମାନଙ୍କର ଗଳା କାଟି ଦେଇଥିଲି। ମୁଁ ସଞ୍ଜୟ ଦତ୍ତଙ୍କ ଫ୍ୟାନ। ଖଳନାୟକ ସିନେମା ଦେଖି ମୋ ପ୍ରେମିକାକୁ ହତ୍ୟା କରିଛି। ମୋ ମତରେ ପ୍ରେମରେ ଧୋକା ଦେଉଥିବା ବ୍ୟକ୍ତିଙ୍କ ପରିଣାମ ହେଉଛି ମୃତ୍ୟୁ। ’
[ad_2]




