ଦେଶ- ବିଦେଶ

୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ – Kalinga News

[ad_1]

ନୂଆଦିଲ୍ଳୀ: ଜମି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି କୋର୍ଟରେ ହେବାପରେ ତାଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ପଠାଯାଇଛି। ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଏହି ମାମଲାରେ ନିଜର ରାୟ ସଂରକ୍ଷିତ ରଖିବା ସହ ତାଙ୍କୁ ଗୋଟିଏ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। ଆଜି ଦିନରେ ସୁପ୍ରିମକୋର୍ଟ ହେମନ୍ତ ସୋରେନଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଇଡି ଦ୍ବାରା ଗିରଫକୁ ଚ୍ୟାଲେଞ୍ଜ କରି ସୋରେନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ମନା କରିଦେଇଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା, ଏମଏମ ସୁନ୍ଦରେଶ ଏବଂ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ବାଧୀନ ସ୍ବତନ୍ତ୍ର ଖଣ୍ଡପୀଠ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button