ଦେଶ- ବିଦେଶ

ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ ଆସନରେ ଜିତିବ କି ନାହିଁ ସନ୍ଦେହ : ମମତା – Kalinga News

[ad_1]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମ୍ସି (ତୃଣମୂଳ କଂଗ୍ରେସ) ଆଗାମୀ ଲୋକସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ମମତା ଘୋଷଣା କରିବାର କିଛି ଦିନ ପରେ ଆଜି କଂଗ୍ରେସ ଉପରେ ତୀବ୍ର ବର୍ଷିଛନ୍ତି। କଂଗ୍ରେସ ଦଳକୁ କଟାକ୍ଷ କରି ମମତା କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ ଆସନରେ ଜିତିବ କି ନାହିଁ ତାଙ୍କର ସନ୍ଦେହ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମମତା କହିଛନ୍ତି, ୩୦୦ ଆସନରୁ କଂଗ୍ରେସ ୪୦ଟି ଆସନରେ ବିଜୟୀ ହେବ କି ନାହିଁ ସନ୍ଦେହ। ତେଣୁ ଏତେ ଅହଙ୍କାର କାହିଁକି। ପଶ୍ଚିମବଙ୍ଗରେ ରାହୁଲ ନ୍ୟାୟ ଯାତ୍ରାକୁ ଇଙ୍ଗିତ କରି ମମତା କହିଛନ୍ତି, ଆପଣମାନେ ପଶ୍ଚିମବଙ୍ଗ ଆସିଲେ। ଆମେ ଇଣ୍ଡିଆ ମେଣ୍ଟରେ ଅଛେ। ଅନ୍ତତଃ ମତେ କହିଥାନ୍ତ। କିନ୍ତୁ ମୁଁ ପ୍ରଶାସନଠାରୁ ଜାଣିବାକୁ ପାଇଲି। ତେବେ ଯଦି ସାହସ ଅଛି ତ ବାରଣାସୀରେ ବିଜେପିକୁ ହରାଇ ଦେଖାଅ। ପୂର୍ବରୁ ଯେଉଁ ଆସନରେ ଆପଣମାନେ ଜିତୁଥିଲେ ଏବେ ସେଠାରେ ହାରୁଛନ୍ତି ବୋଲି ମମତା କହିଛନ୍ତି। ସେ ପୁଣିଥରେ କହିଛନ୍ତି, ଆମେ ଉତ୍ତରପ୍ରଦେଶରେ ଜିତିନୁ କି ଆପଣ ରାଜସ୍ଥାନରେ ଜିତିନାହାନ୍ତି। ତେବେ ସେଠାକୁ ଯାଇ ଜିତିକି ଦେଖାଅ। ମୁଁ ବି ଦେଖିବି ଆପଣମାନଙ୍କର କେତେ ସାହସ ଅଛି। ଆହ୍ଲାବାଦ ଏବଂ ବାରଣାସୀ ଯାଇ ଜିତିକି ଦେଖାଅ। ତେବେ ଯାଇ ମୁଁ ଜାଣିବି ଆପଣଙ୍କ ଦଳର କେତେ ସାହସ ଅଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button