ଅପରାଧ

ଚାକିରି ପାଇଁ ଜମି ମାମଲାରେ ତେଜସ୍ୱୀ ଯାଦବଙ୍କୁ ୮ ଘଣ୍ଟା ଧରି ଇଡିର ଜେରା – Kalinga News

[ad_1]

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡ଼ିଛନ୍ତି। ଏହି ମାମଲାରେ ତାଙ୍କ ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ କେନ୍ଦ୍ରୀୟ ଏଜେନ୍‌ସି ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିବାର ଗୋଟିଏ ଦିନ ପରେ ସେ ତଦନ୍ତକାରୀ ସଂସ୍ଥା ନିକଟରେ ଆଜି ପୂର୍ବାହ୍ନରେ ହାଜର ହୋଇଥିଲେ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପୂର୍ବାହ୍ନ ପ୍ରାୟ ୧୧ଟା ୩୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଲାଲୁ ପ୍ରସାଦ ଯାଦବ ୟୁପିଏ-୧ ସରକାରରେ ରେଳମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୦୪ରୁ ୨୦୦୯ ମଧ୍ୟରେ ଭାରତୀୟ ରେଳବାଇର ବିଭିନ୍ନ ଜୋନରେ ଗ୍ରୁପ୍‌ ‘ଡି’ ପଦବୀରେ ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା, ଯେଉଁଥିପାଇଁ ସେମାନେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ସଦସ୍ୟ ଏବଂ ଏକେ ଇନଫୋସିଷ୍ଟମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଲିଙ୍କ୍‌ କମ୍ପାନିକୁ ଲାଞ୍ଚ ଆକାରରେ ସେମାନଙ୍କ ଜମି ହସ୍ତାନ୍ତର କରିଥିଲେ।

ଇଡି ପୂର୍ବରୁ କହିଥିଲା ଯେ ଏକେ ଇନଫୋସିଷ୍ଟମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ମାମଲାରେ ଏକ ‘ହିତାଧିକାରୀ କମ୍ପାନି’ ଏବଂ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍‌ କଲୋନିରେ ପଞ୍ଜୀକୃତ ଠିକଣା ଯାହା ଲାଲୁ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମାଲିକକାନାରେ ରହିଛି।

୨୦୦୪ରୁ ୨୦୦୯ମଧ୍ୟରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବ ଭାରତୀୟ ରେଳବାଇରେ ଗ୍ରୁପ୍‌ ଡି ନିଯୁକ୍ତି ପାଇଁ ଦୁର୍ନୀତିରେ ଲିପ୍ତ ଥିବା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ରୁଜୁ ହୋଇଥିବା ଏକ ମାମଲାକୁ ଆଧାର କରି କେନ୍ଦ୍ରୀୟ ଏଜେନ୍‌ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button