ବିବାହ ବେଦୀରୁ କନଷ୍ଟେବଳ ପ୍ରେମିକଙ୍କୁ ଟେକି ନେଲେ ପ୍ରେମିକା – Kalinga News

[ad_1]
ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଲିସ ବିଭାଗରେ କନଷ୍ଟେବଳ ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
କାଙ୍କେରରେ ବସବାସ କରୁଥିବା ରାହୁଲ (ଛଦ୍ମନାମ) ତିନିବର୍ଷ ଧରି ଜଣେ ଯୁବତୀଙ୍କୁ ଭଲ ପାଇଆସୁଥିଲେ। ରାହୁଲଙ୍କ ବିବାହ ପରିବାରଲୋକ ଅନ୍ୟ ଜଣେ ଯୁବତୀଙ୍କ ସହିତ ସ୍ଥିର କରି ଦେଇଥିଲେ। ଏକଥା ରାହୁଲ ତାଙ୍କ ପ୍ରେମିକାଙ୍କୁ ନଜଣାଇ ବିବାହ ପାଇଁ ରାଜି ହୋଇଯାଇଥିଲେ।
ରାହୁଲ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚି ଯାଇଥିଲେ। ବିବାହ ପାଇଁ ବେଦୀରେ ବସିଥିବା ବେଳେ ତାଙ୍କ ପ୍ରେମିକା କୌଣସି ସୂତ୍ରରୁ ଖବର ପାଇ ଆସି ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କୁ ବେଦୀରୁ ଉଠାଇ ନେଇଥିଲେ। ଏହି ଦୃଶ୍ୟ ଦେଖି ବିବାହରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ରାହୁଲଙ୍କ ପ୍ରେମିକାଙ୍କ ଠାରୁ ଘଟଣା ବିଷୟରେ କନ୍ୟାଘରଲୋକ ପଚାରି ବୁଝିଥିଲେ। ଯୁବତୀ ଜଣକ କହିଥିଲେ, ‘ରାହୁଲ ମୋତେ ତିନିବର୍ଷ ହେବ ଭଲ ପାଇ ଆସୁଥିଲେ। ବିବାହ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ହଠାତ ମୁଁ ଶୁଣିଲି ତାଙ୍କର ଅନ୍ୟତ୍ର ବିବାହ ହେଉଛି। ତେଣୁ ଆସି ପହଞ୍ଚିଛି।’
ରାହୁଲଙ୍କ ପ୍ରେମିକାଙ୍କ ଠାରୁ କନ୍ୟା ଘରଲୋକ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ବିବାହ ଭାଙ୍ଗି ଦେଇ କ୍ଷତିପୁରଣ ଦାବି କରିଥିଲେ। ବରଘରଲୋକ କ୍ଷତିପୁରଣ ଦେବା ପାଇଁ ରାଜି ହେବାପରେ କନ୍ୟାଘରଲୋକ ବରଯାତ୍ରୀଙ୍କୁ ଛାଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି।
[ad_2]