ରାଜନୀତି

ରାଜ୍ୟର ମହିଳାଙ୍କ ସୁରକ୍ଷା, ମୌଳିକ ଅଧିକାର ପହଞ୍ଚାଇବା ପ୍ରାଥମିକ ଲକ୍ଷ୍ୟ: ମିନାକ୍ଷୀ – Kalinga News

[ad_1]

ଜୟପୁର: ବିବାଦୀୟସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ ହଟାଯାଇଥିବା ମିନାକ୍ଷୀରାଣୀ ବାହିନୀପତିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛି। ଏହି ଖବର ଜୟପୁରରେ ପହଚିଂବା ପରେ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

୨୦୦୯ ମସିହାରୁ କୋରାପୁଟ  ଜିଲ୍ଲାକଂଗ୍ରେସ ସଭାନେତ୍ରୀ ପଦବିରେ ରହି ଆସିଥିବା ମିନାକ୍ଷୀ ରାଣୀ ବାହିନୀପତିଙ୍କୁ ଅଚାନକ ଭାବେ ସଭାନେତ୍ରୀ ପଦବିରୁ ହଟାଯାଇଥିଲା। ଏହା ପରେ ତାଙ୍କୁ ପିସିସିର ବରିଷ୍ଠ ସଂପାଦିକା ଭାବେ ଦାୟିତ୍ବ ଦିଆଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନିତୀରେ ଚହଳ ସୃଷ୍ଟି ହୋଇଥିଲା। ଏପରିକି ତାଙ୍କ ସ୍ବାମୀ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ  ଗୋଷ୍ଠୀ ଓ ସାଂସଦ ଇଂ.ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କ ଗୋଷ୍ଠୀ  ପିସିସି ସଭାପତିଙ୍କୁ ଭେଟିଥିଲେ। ତେବେ ଜିଲ୍ଲାସଭାପତି ଭାବେ ନିଯୁକ୍ତ ଦୁର୍ଗାଶଙ୍କର ସାହୁ ସେଭଳି ରହିଥିଲେ।

ତେବେ ଏହାରି ମଧ୍ୟରେ ମିନାକ୍ଷୀ କୋରାପୁଟ ଜିଲ୍ଲାରେ କଂଗ୍ରେସର ସଭା ସମିତିରେ ଯୋଗ ଦେବା ସହ ମହିଳା ସଂଗଠନକୁ ନେଇ ସଭାସମିତି କରି ଆସୁଥିଲେ। ‌ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଥିବାରୁ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି, ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଡ.ଅଜୟ କୁମାର, ଏଆଇସିସି ସଭାପତି ମଲ୍ଲୀକାର୍ଜୁନ୍ ଖଡଗେ୍ଙ୍କୁ ଧନ୍ୟବାଦ ଦେଇଛନ୍ତି। କୋରାପୁଟ ପରି ପଛୁଆ ଜିଲ୍ଲାର ଜଣେ ମହିଳାଙ୍କୁ ଏତେ ବଡ ଗୁରୁ ଦାୟିତ୍ବ ଦିଆଯାଇଛି। ତେବେ ସେ ଜଣେ ଗୃହିଣିରୁ ପୌରଅଧ୍ୟକ୍ଷା , ଜିଲ୍ଲା ସଭାପତିରୁ ପିସିସି ସଂପାଦିକା ହେବା ମଧ୍ୟରେ ସେ ବହୁ ମହିଳା ମାନଙ୍କର ଅଭାବ, ଅସୁବିଧା, ଦୁଷ୍କର୍ମର ଶୀକାର ହେବା , ନାରୀ ନିର୍ଯ୍ୟାତନା ଆଦି ବଢ଼ି ଚାଳିବା ସଂପର୍କରେ ସିଧାସଳଖ ମିଶିଛନ୍ତି ଏବଂ ଜାଣି ପାରିଛନ୍ତି।

ବିଜେଡି-ବିଜେପି ସରକାର ମଧ୍ୟରେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ପିସିସି ସହ ସମସ୍ତ ଛାମୁଆ ସଂଗଠନକୁ ନେଇ ଆଗାମୀ ଦିନ‌ରେ ରାଜ୍ୟ ମହିଳା କଂଗ୍ରେସ ଏହାର ଉଚିତ ଜବାବ ଦେବ। ଓଡିଶା ବାସୀ ତଥା ଓଡିଶାର ମହିଳା ମାନେ ରାଜ୍ୟ ସରକାର କିଭଳି ମିସନଶକ୍ତି ନାଁରେ ଭୁଆଁ ବୁଲାଉଛନ୍ତି , କିଭଳି ସୁରକ୍ଷିତ ନାହାନ୍ତି ଭଲ ଭାବେ ଜାଣି ସାରିଲେଣି। ରାଜ୍ୟସରକାର ମାଁଙ୍କୁ ସମ୍ମାନ ବୋଲି କେବଳ ଭାଷଣବାଜୀ ଓ ପ୍ରଚାର ପ୍ରସାରରେ କହୁଛନ୍ତି। ପ୍ରକୃତରେ ରାଜ୍ୟରେ କିଭଳି ନାବାଳିକା ଓ ମହିଳା ଦୁଷ୍କର୍ମ, ନିର୍ଯାତନା ହେଉଛି ତାହା ସର୍ବଭାରତର ଏକ ସଂସ୍ଥା ସର୍ଭେ କରି ରିପୋର୍ଟ ଦେଇଛି ବୋଲି କହିଛନ୍ତି ଶ୍ରୀମତୀ ବାହିନୀପତି। ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ତାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ କିଭଳି ରାଜ୍ୟର ମହିଳା, ଯୁବତୀ, ନାବଳିକା ଆଦି ସୁରକ୍ଷିତ ରହିବେ, ଏବଂ ସୁରକ୍ଷା ଦେବା। ‌ଆଗାମୀ ଦିନରେ ରାଜ୍ୟସରକାରଙ୍କୁ ଏହାର ଉଚିତ ଜବାବ ଦିଆଯିବ ବୋଲି ଶ୍ରୀମତୀ ବାହିନୀପତି ଚେତାବନୀ ଦେଇଛନ୍ତି। ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ଅଧିକାର କିଭଳି ପାଇବେ ତାଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀମତୀ ବାହିନୀପତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button