୯ ବର୍ଷ ପୂର୍ବେ ଗୃହ ସହାୟିକାଙ୍କ ସହିତ ଦୁଷ୍କର୍ମ କରିଥିବା କର୍ଣ୍ଣେଲ୍ଙ୍କ ନାଁରେ ମାମଲା ରୁଜୁ – Kalinga News

[ad_1]
ଡେରାଡୁନ୍: ୨୦୧୫ରେ ଡେରାଡୁନ୍ରେ ଚାକିରି କରୁଥିବା ବେଳେ ଗୃହ ସହାୟିକାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଶନିବାର ଦିନ ଜଣେ କର୍ଣ୍ଣେଲ୍ଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଦାଲତଙ୍କ ଆଦେଶକ୍ରମେ ପୁଲିସ ଏହି ମାମଲା ରୁଜୁ କରିଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପରିବାର ଲୋକେ ଘରେ ନ ଥିବା ସମୟରେ ସେନା ଅଧିକାରୀ (କର୍ଣ୍ଣେଲ୍) ଏଭଳି ଅପକର୍ମ କରିଥିବା ପରି ଜଣାପଡୁଛି। ଅଭିଯୋଗ ପତ୍ରରେ ମହିଳାଜଣକ (ଗୃହ ସହାୟିକା) କହିଛନ୍ତି, ମୁଣ୍ଡ ବିନ୍ଧୁଛି କହି ସେ (କର୍ଣ୍ଣେଲ୍) ମତେ ମଲମ ଲଗାଇ ଦେବାକୁ ତାଙ୍କ କକ୍ଷକୁ ଡାକି ନେଇ ମୋ ସହିତ ଦୁଷ୍କର୍ମ କରିଥିଲେ।
ଏ କଥା କାହାକୁ ନ କହିବା ଲାଗି ମଧ୍ୟ ସେ ଧମକ ଦେଇଥିଲେ। ତା’ପରେ ଗୃହ ସହାୟିକାଜଣକ କାମ ଛାଡ଼ି ଅମ୍ବାଲାସ୍ଥିତ ନିଜ ଘରକୁ ଫେରିଯାଇଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

ନିର୍ଯାତନା କଥା କାହାକୁ କହି ନ ଥିବା ଉକ୍ତ ସହାୟିକା ଗତ ସେପ୍ଟେମ୍ବର ମାସରେ ହଠାତ୍ କର୍ଣ୍ଣେଲ୍ଙ୍କ ସ୍ତ୍ରୀଙ୍କୁ ଦେଖିଥିଲେ। ସେ ତାଙ୍କୁ ସବୁକଥା କହିଲେ। ଏକଥା ଥାନାରେ ଜଣାଇବା ଲାଗି କର୍ଣ୍ଣେଲ୍ଙ୍କ ସ୍ତ୍ରୀ ତାକୁ ପରାମର୍ଶ ଦେଲେ।
କିନ୍ତୁ, ମାମଲା ରୁଜୁ କରିବା ଲାଗି ପ୍ରଥମେ ପୁଲିସ ଅରାଜି ହେବାରୁ ସେ ଅଦାଲତଙ୍କ ଦ୍ବାରସ୍ଥ ହେଲେ।
କ୍ଲେମେଣ୍ଟ୍ ଟାଉନ୍ ଏସ୍ଏଚ୍ଓ ଦୀପକ ଧରିୱାଲ୍ କହିଛନ୍ତି, ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସମ୍ପ୍ରତି କର୍ଣ୍ଣେଲ୍ଙ୍କୁ କେଉଁଠି ନିଯୁକ୍ତି ଦିଆଯାଇଛି, ତାହା ଜାଣିବା ଓ ତାଙ୍କୁ ଜେରା କରିବା ଲାଗି ସେନା କର୍ତ୍ତୃପକ୍ଷଙ୍କ ସହିତ ଯୋଗଯୋଗ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି।
[ad_2]




