ଅପରାଧ

ବୟଫ୍ରେଣ୍ଡ ଏବଂ ତାଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ହତ୍ୟା କରିବା ପାଇଁ ପହଁଚିଲା ଝିଅ, କିଛି ଏମିତି ହେଲା କି ନିଜେ କରିଦେଲେ ଆ-ତ୍ମ-ହ-ତ୍ୟା….

ପ୍ରତିଶୋଧର ଭାବନା’ରେ ଅନେକ ଥର ମନୁଷ୍ୟ ନିଜର ହିଁ କ୍ଷତି କରି ବସିଥାଏ। ଅଷ୍ଟ୍ରେଲିଆର ଜଣେ ଝିଅଙ୍କ ସହିତ କିଛି ଏମିତି ହିଁ ହୋଇଛି। ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଛାଡି ଦେଇଥିଲେ ଏବଂ ଅନ୍ୟ ଗୋଟିଏ ଗାର୍ଲଫ୍ରେଣ୍ଡ କରି ଦେଇଥିଲେ। ଏଥିପାଇଁ ଝିଅ ଜଣଙ୍କ ପ୍ରତିଶୋଧର ନିଆଁରେ ଜଳୁଥିଲେ। ଏହାପରେ ସେ ନିଜ ଏକ୍ସ ବୟଫ୍ରେଣ୍ଡ ଏବଂ ତାଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ହତ୍ୟା କରିବା ପାଇଁ ଗୋଟିଏ ଯୋଜନା ବନେଇ ଥିଲେ। ହେଲେ ଏହି ଯୋଜନା ତାଙ୍କ ପାଇଁ ଓଲଟା ପ୍ରମାଣିତ ହୋଇଥିଲା ଏବଂ ତାଙ୍କର ହିଁ ଜୀବନ ଚାଲି ଯାଇଥିଲା।

ଡେଲି ଷ୍ଟାରର ଖବର ଅନୁସାରେ, ଅଷ୍ଟ୍ରେଲିଆର ବ୍ରିସବେନରେ ଗୋଟିଏ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଘଟିଛି। ୩୧ବର୍ଷର ଜଣେ ଝିଅ ନିଜ ଏକ୍ସ ବୟଫ୍ରେଣ୍ଡ ଏବଂ ତାଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ଜୀବନ ନେବାପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ସାରା ମଜେ ନାମକ ଝିଅ ଏହି ଲକ୍ଷରେ ରାତି ୨ଟାରେ ନିଜ ଏକ୍ସ ବୟଫ୍ରେଣ୍ଡ ଷ୍ଟ୍ୟାଲି ଓବିଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଅନୁସାରେ, ଝିଅ ଜଣଙ୍କ ନିଜ ବୟ-ଫ୍ରେଣ୍ଡଙ୍କ ଘରେ ପେଟ୍ରୋଲ ପକେଇ ଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ।

ଯେଉଁ ସମୟରେ ଝିଅ ଜଣଙ୍କ ନିଜ ବୟଫ୍ରେଣ୍ଡଙ୍କ ଘରେ ନିଆଁ ଲଗାଇଥିଲେ, ସେହି ସମୟରେ ବୟଫ୍ରେଣ୍ଡଙ୍କ ନୂଆ ଗାର୍ଲଫ୍ରେଣ୍ଡ ନିଜ ତିନି ଛୁଆଙ୍କ ସହିତ ଘର ଭିତରେ ହିଁ ଉପସ୍ଥିତ ଥିଲେ। ହେଲେ ଏହି ଦୁର୍ଘଟଣାରେ ନୂଆ ଗାର୍ଲ-ଫ୍ରେଣ୍ଡ ଏବଂ ତାଙ୍କର ତିନୋଟି ଛୁଆଙ୍କର ତ କିଛିବି ହୋଇନଥିଲା, କିନ୍ତୁ ଝିଅ ଏବଂ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କର ଜଳି ମୃତ୍ୟୁ ହୋଇ ଯାଇଛି। ରିପୋର୍ଟ ଅନୁସାରେ, ଯେତେବେଳେ ସାରା ଘରେ ନିଆଁ ଲଗାଇ ଥିଲେ ତ ସେ ନିଜେ ନିଆଁର କବଳରେ ଆସି ଯାଇଥିଲେ। ସେଠାରେ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ନିଆଁରେ ଖରାପ ଭାବରେ ଜଳି ଯାଇଥିଲେ।

ଝିଅ ଜଣଙ୍କର ବୟଫ୍ରେଣ୍ଡଙ୍କୁ ତାଙ୍କ ପଡୋଶୀମାନେ ନିଆଁରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ଏତେ ଖରାପ ଭାବରେ ଜଳି ଯାଇଥିଲେ କି ତାଙ୍କ ଜୀବନ ବଞ୍ଚି ପାରିନଥିଲା। ଯେତେବେଳେ ରକ୍ଷା କରିବା ଟିମ ଆସିଥିଲେ ତ ସେ ସାରାଙ୍କ ଶବକୁ ନିଆଁରୁ ବାହାର କରିଥିଲେ। ଓବିଙ୍କ ନୂଆ ଗାର୍ଲଫ୍ରେଣ୍ଡ ପୋଲିସଙ୍କୁ ସୂଚନା ଦେଇଛନ୍ତି କି ପୂର୍ବ କିଛି ଦିନରୁ ସାରା ତାଙ୍କୁ ସୋସିଆଲ ମିଡିଆରେ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ, କିନ୍ତୁ ସେ ନିଜେ ନିଆଁରେ ଜଳି ଯାଇଥିଲେ।

ବର୍ଷ ୨୦୧୭ରେ ସାରା ଏବଂ ଓବି ପ୍ରଥମ ଥର ଦେଖା ହୋଇଥିଲେ। ଏହାପରେ ସେମାନେ ଡେଟିଂ ଆରମ୍ଭ କରିଥିଲେ।। ସେହି ସମୟରେ ଦୁଇଜଣଙ୍କର ତିନୋଟି ଛୁଆ ମଧ୍ୟ ହୋଇଥିଲା। ଓବି ଚାହୁଁନଥିଲେ କି ବାହାଘର ବିନା ଦୁଇଜଣଙ୍କର ପିଲା ହେଉ। ହେଲେ, ସାରା ପିଲା ଜନ୍ମ କରିବା ପାଇଁ ଚାହୁଁଥିଲେ। ଚତୁର୍ଥ ପିଲା ପରେ ଓବି ଯେତେବେଳେ ଆଗକୁ ପିଲା କରିବା ପାଇଁ ମନା କରିଦେଇଥିଲେ ତ ସାରା ତାଙ୍କୁ ସମ୍ପର୍କ ଭାଙ୍ଗିବା ପାଇଁ କହି ଦେଇଥିଲେ। ସାରା କହିଥିଲେ କି ସେ ତାଙ୍କୁ କେବଳ ଜଣେ ସ୍ପର୍ମ‌ ଡୋନର ପରି ମାନୁଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button