ଅପରାଧ
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ବଡ଼ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ – Kalinga News

[ad_1]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବିଧାରପୁର ପଞ୍ଚାୟତ ଝିଲି ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା୩୦ ମିନିଟ୍ ସମୟରେ ବଡ଼ବାପା ଧନେଶ୍ଵର ଦେହୁରୀୁଙ୍କର ଟାଙ୍ଗିଆ ଚୋଟରେ ପୁତୁରା ଗୌରାଙ୍ଗ ଦେହୁରୀ (୩୪)ଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଧନେଶ୍ଵର ଓ ଗୌରାଙ୍ଗ ବସିଥିବା ବେଳେ ହଠାତ୍ ଧନେଶ୍ଵର ଏକ ଟାଙ୍ଗିଆ ଆଣି ଗୌରାଙ୍ଗଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପୁତୁରା ଗୌରାଙ୍ଗଙ୍କର ମ୍ରୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧନେଶ୍ଵରକୁ ଅଟକ ରଖିଥିବା ବେଳେ ଶବକୁ ଜବତ କରିଛି। ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ, ଆଜି ଉଭୟଙ୍କ ମଧ୍ୟରେ କୈ।ଣସି ଗଣ୍ଡଗୋଳ ହୋଇନଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
[ad_2]




