ମନୋରଞ୍ଜନ

ସେଲଫି ନେବାକୁ କହି ବବିଙ୍କ ଗାଲରେ ଚୁମ୍ବନ ଦେଲେ ମହିଳା – Kalinga News

[ad_1]

ମୁମ୍ବାଇ: ଏବେ ବଲିଉଡ ଅଭିନେତା ବବି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଥିବା ତାଙ୍କ ଚରିତ୍ରକୁ ଓ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏତେ ଦିନ ପରେ ସଫଳତା ମିଳିବା ପରେ ବବି କାନ୍ଦି ପକାଇଥିବାର ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଜଣେ ପ୍ରଶଂସକଙ୍କୁ ସେଲଫି ଦେଉଥିବା ବେଳେ ମହିଳାଜଣକ ତାଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।

ଭାଇ‌ରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ପ୍ରଥମେ ବବିଙ୍କ ସହ ଫଟୋ ଉଠାଉଛନ୍ତି। ଗଣମାଧ୍ୟମର କ୍ୟାମେରାରେ ଫଟୋ ଉଠି ସାରିବା ପରେ ‌ସେଲଫି ନେବା କଥା ତାଙ୍କର ମନେ ପଡ଼ୁଛି। ସେଲଫି ନିଅ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧି ମନା କରୁଥିଲେ ବି ବବି ମହିଳାଙ୍କୁ ସେଲଫି ନେବାକୁ ଦେଉଛନ୍ତି। ଏହା ପରେ ବବି ମହିଳାଙ୍କ ଫୋନ ଧରି ସେଲଫି ନେଉଥିବା ବେଳେ ମହିଳାଜଣକ ହସି ହସି ବବିଙ୍କ ଗାଲକୁ ଚୁମ୍ବନ ଦେଉଛନ୍ତି। ହଠାତ୍ ଏଭଳି ହେବା ଦେଖି ବବି ଟି‌କେ ହସି ଦେଇ ଆଗକୁ ବଢ଼ୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button