ଦୁର୍ଘଟଣା ପରେ ଭେଣ୍ଟିଲେଟରରେ ସାଉଥ୍ ଅଭିନେତ୍ରୀ ଅରୁନ୍ଧତୀ ନାୟର – Kalinga News

[ad_1]
ନୂଆଦିଲ୍ଲୀ: ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଇ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ଭଉଣୀ।

Sambad is now on WhatsApp
Join and get latest news updates delivered to you via WhatsApp
୩ଦିନ ତଳେ ତାଙ୍କର ଦୁର୍ଘଟଣା ହୋଇଥିବା ବେଳେ ଏବେ ତାଙ୍କ ଭଉଣୀ ଅରୁନ୍ଧତୀଙ୍କ ଇନଷ୍ଟା ଆକଉଣ୍ଟରେ ଖବରଟି ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ତାମିଲନାଡୁର ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ ପ୍ରକାଶିତ ଖବରକୁ ସ୍ପଷ୍ଟ କରିବାର ଆବଶ୍ୟକତା ମନେ କରି ଆମେ ଏହି ପୋଷ୍ଟ କରୁଛୁ। ଏହା ସତ୍ୟ ଯେ ମୋ ଭଉଣୀ ଅରୁନ୍ଧତୀ ନାୟର ତିନି ଦିନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ଥିବା ସହ ତ୍ରିଭାନ୍ଦ୍ରମସ୍ଥିତ ଅନନ୍ତପୁରୀ ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଶୀଘ୍ର ପୁନରୁଦ୍ଧାର ପାଇଁ ଆମେ ଆପଣଙ୍କର ପ୍ରାର୍ଥନା ଏବଂ ସମର୍ଥନ ଆବଶ୍ୟକ କରୁ।”
ମିଳିଥିବା ସୂଚନା ମୁତାବକ, ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ଭାଇଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିଲେ ଅରୁନ୍ଧତୀ। ଏହି ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବେ ସେ ଗୁରୁତର ଥିବା କୁହାଯାଉଛି।
[ad_2]