ମନୋରଞ୍ଜନ

ପନ୍ତଙ୍କ ଉଚ୍ଚତାକୁ ନେଇ ପରିହାସ କରିଥିବା ଅଭିଯୋଗ ଉପରେ ମୁହଁ ‌ଖୋଲିଲେ ଉର୍ବଶୀ – Kalinga News

[ad_1]

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ ଅନେକ କଥା ଚର୍ଚ୍ଚା ହେଉଥିବାର ଆପଣ ଦେଖିଥିବେ। ଉର୍ବଶୀ ଏକ ସାକ୍ଷାତ୍‌କାରରେ କହିିଥିଲେ କି ସେ ଯେତେବେଳେ ସୁଟିଂରେ ଦିଲ୍ଲୀ ଯାଇଥିଲେ, ସେତେବେଳେ ଆରପି ନାମକ ଜଣେ ବ୍ୟକ୍ତି ଏକ ହୋଟେଲରେ ତାଙ୍କର ଯତ୍ନ ନେଇଥିଲେ। ଲୋକ ଆର୍‌ପିର ଅର୍ଥ ଋଷଭ ପନ୍ତ ବୋଲି ଅନୁମାନ କରିନେଇଥିଲେ।

ହେଲେ ପନ୍ତ ଏହାକୁ ଉର୍ବଶୀଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହିଥିଲେ। ଏହା ପରେ ମଧ୍ୟ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ବିବାଦ ଅନେକ ଥର ଦେଖିବାକୁ ମିଳିଥିଲା। ଏଥର ମାମଲା କିନ୍ତୁ ଭିନ୍ନ। ଉର୍ବଶୀ ପନ୍ତଙ୍କ ଉଚତାକୁ ନେଇ ତାଙ୍କୁ ଥଟା କରିିଥିବା ଅଭିଯୋଗ ହୋଇଛି।

ଉର୍ବଶୀ ଏକ ନୂଆ ବିଜ୍ଞାପନ ପାଇଁ ସମ୍ବାଦରେ ଅଛନ୍ତି ଏବଂ ଲୋକମାନେ ଅନୁଭବ କରୁଛନ୍ତି ଯେ ଅଭିନେତ୍ରୀ ପୁଣିଥ‌ରେ ପନ୍ତଙ୍କୁ ଟାର୍ଗେଟ କରିଛନ୍ତି। ଦର୍ଶକମାନେ କହୁଛନ୍ତି ଯେ ଉର୍ବଶୀ କ୍ରିକେଟରଙ୍କ ଉଚ୍ଚତାକୁ ପରିହାସ କରୁଛନ୍ତି। ମାତ୍ର ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି। ଉର୍ବଶୀ ଏକ ଲମ୍ବା ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ ସେ ବିଜ୍ଞାପନରେ ଯାହା ଦେଖାଇଛନ୍ତି ତାହା କେବଳ ସ୍କ୍ରିପ୍ଟର ଏକ ଅଂଶ।

ନିକଟରେ ଉର୍ବଶୀଙ୍କୁ ଏକ ବିଜ୍ଞାପନରେ ଦେଖିବାକୁ ମିଳିଥିଲା। ​​ଯେଉଁଥିରେ ସେ ଅଭିନେତା, ବ୍ୟବସାୟୀ, ଗାୟକ ଏବଂ କ୍ରିକେଟରଙ୍କ ବିଷୟରେ କହୁଛନ୍ତି। ସେ କହୁଛନ୍ତି, ‘‘ମୁଁ ବ୍ୟବସାୟୀ, ଅଭିନେତା ଏବଂ କିଛି କ୍ରିକେଟରଙ୍କ ସମେତ ଅନେକ ଲୋକଙ୍କୁ ଭେଟିଥିଲି ଏବଂ ସେମାନଙ୍କ ମଧ୍ୟରୁ ଅନେକ ମୋ ଉଚ୍ଚତାର ନୁହଁନ୍ତି।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button