ରାଜ୍ୟ

ବାଇକକୁ ପିଟିଲା ଟ୍ରକ, ଦୁଇ ମୃତ – Kalinga News

[ad_1]

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଉପରବାହାଲ ଛକର 143 ନମ୍ବର ଜାତୀୟପଥ ନିକଟରେ ଟ୍ରକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Right hand Widget Bar

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଉପରବାହାଲ ଛକର 143 ନମ୍ବର ଜାତୀୟପଥ ନିକଟରେ ଟ୍ରକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବାଇକରେ ଜଣେ ପୁରୁଷ ଓ ଜଣେ ମହିଳା ବଣାଇ  ଅଭିମୁଖେ ଯାଉଥିବା ବେଳେ ସ୍ପଞ୍ଜ କାରଖାନାରୁ ବାହାରୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇଜଣ ବାଇକ ଆରୋହି ଛିଟିକି ପଡ଼ିଥିଲେ ।

ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ବାସିନ୍ଦା 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ଠିକ ସମୟରେ ମିଳିନଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ରାସ୍ତା ଖରାପ ପାଇଁ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ରାସ୍ତା ମରାମତି କରିବା ଦାବିରେ ଲୋକେ ରାସ୍ତା ରୋକ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି । ମୃତକଙ୍କ ପରିଚୟ ମିଳିନାହିଁ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button